କନ୍‌ଭୟ ଆକାର ଓ ଗାଡି ସଂଖ୍ୟାକୁ ଅଧାକୁ ହ୍ରାସ କଲେ ମୋଦୀ

0

ମଧ୍ୟପ୍ରାଚ୍ୟରେ ଦୀର୍ଘ ଦିନରୁ ଅସ୍ଥିରତା ଲାଗିରହିଛି। ଏଭଳି ସଙ୍କଟ ସମୟରେ କମ୍ ଖର୍ଚ୍ଚାନ୍ତ ପାଇଁ ଦେଶବାସୀଙ୍କୁ ବଡ଼ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ।
ସେ ଏବେ ଏହାକୁ ନିଜେ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। ସାରା ବିଶ୍ୱରେ ଯୁଦ୍ଧ ଚାଲିଥିବାରୁ ମୋଦୀ ଭାରତୀୟ ଜନସାଧାରଣଙ୍କୁ ଏହି ସଙ୍କଟ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ସେ ବିଦେଶ ଯାତ୍ରା ଏଡାଇବା, ସୁନା ନ କିଣିବା ଏବଂ ଇନ୍ଧନ ବ୍ୟବହାର ହ୍ରାସ କରିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ଏପରିକି ବର୍ଷକ ଯାଏଁ ସୁନା କିଣିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର କରୁଥିବା କନଭୟ ବା ସୁରକ୍ଷା ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମିତ କରିଦେଇଛନ୍ତି । ନିଜ ସୁରକ୍ଷାରେ ନିୟୋଜିତ ଗାଡ଼ିକୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ସୁରକ୍ଷା ଏବଂ ଏସପିଜି ପ୍ରୋଟକଲ ଅନୁସାରେ, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବଜାୟ ରଖି ଯାନବାହାନ ସଂଖ୍ୟା ହ୍ରାସ କରାଯାଇଛି । ହାଇଦ୍ରାବାଦରେ ଏକ ଜନସଭାକୁ ସମ୍ବୋଧନ ପରେ ମୋଦୀ ଭଦୋଦରା ଏବଂ ଗୌହାଟୀ ଗସ୍ତ ସମୟରେ ତାଙ୍କ କନଭୟ ଯାନବାହାନ ସଂଖ୍ୟା ସୀମିତ କରାଯାଇଥିଲା । ଏହିକ୍ରମରେ ଅନେକ ମନ୍ତ୍ରୀ ସେମାନଙ୍କ କନ୍‌ଭୟରେ ଯାନବାହାନ ସଂଖ୍ୟା ହ୍ରାସ କରିବାକୁ ଏବଂ ବିଦେଶ ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ପରେ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ତାଙ୍କର ଆମେରିକା ଯାତ୍ରା ବାତିଲ କରିଛନ୍ତି।

Leave A Reply

Your email address will not be published.