ଏଣିକି କଏଦୀଙ୍କ ଗୋଡରେ ଲାଗିବ ଜିପିଏସ

0

ଭୁବନେଶ୍ୱର(ଆମ ଟିଭି): ଆଉ ଚାଲିବନି କଏଦୀଙ୍କ ଚାଲାକି । ଆଉ ପୋଲିସକୁ ଚକମା ଦେଇ ଖସିପାରିବେନି । କାରଣ ଏଣିକି କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍ । ଜେଲ୍ ଡିଜି ମନୋଜ ଛାବ୍ରା ସଂସଦୀୟ ବ୍ୟାପାର କମିଟିକୁ ଏନେଇ ପ୍ରସ୍ତାବ ଦେଇଛନ୍ତି । ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଜେଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି ।

ସେମାନଙ୍କ ପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି ।
ଏପରି ଖର୍ଚ୍ଚ କାଟ କରିବା ପାଇଁ ଜେଲ୍ ଡିଜି ଏପରି ପ୍ରସ୍ତାବ ଦେଇଛନ୍ତି । ଏପରି ପ୍ରସ୍ତାବକୁ କମିଟିର ସଦସ୍ୟ ପ୍ରଶଂସା କରିଛନ୍ତି । ଓଡ଼ିଶାରୁ ଏହି ପ୍ରୋଜେକ୍ଟ ଆରମ୍ଭ କରିବାକୁ ସଂସଦୀୟ ବ୍ୟାପାର କମିଟି ପରାମର୍ଶ ଦେଇଛି । କଏଦୀଙ୍କ ସହମିତିରେ ଜିପିଏସ୍ ଲାଗିବ ବୋଲି ମନୋଜ ଛାବ୍ରା କହିଛନ୍ତି ।

Leave A Reply

Your email address will not be published.