ପୁଣି ଜଣେ ଯୁବକଙ୍କୁ ଟାଣିନେଲା କୁମ୍ଭୀର

0

ଭୁବନେଶ୍ୱର(ଆମ ଟିଭି): ପୁଣି କୁମ୍ଭୀରର ଆତଙ୍କ ଦେଖିବାକୁ ମିଳିଛି । ପୁଣି ଜଣେ ଯୁବକଙ୍କୁ ପାଣି ଭିତରକୁ ଟାଣି ନେଇଛି । ବ୍ରାହ୍ମଣୀ ନଦୀକୁ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି । ନଦୀ କୂଳରେ ମଇଁଷି ଚରାଉଥିଲେ ଯୁବକ । ୨ ମାସ ମଧ୍ୟରେ ୪ଜଣଙ୍କୁ କୁମ୍ଭୀର ଟାଣି ନେଲାଣି ।

ସ୍ଥାନୀୟ ଲୋକ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ଯୁବକ ଜଣକ ରାଜପୁର ଗାଁର ହୋଇଥିବା ସୂଚନା । କୁମ୍ଭୀରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

Leave A Reply

Your email address will not be published.