ଟ୍ୱିନ୍ ସିଟି ମଝିରେ “ଫିଟନେସ ଗ୍ୟାରେଜ” ର ଶୁଭ ଉଦଘାଟନ*
ଭୁବନେଶ୍ୱର :ଟ୍ୱିନ୍ ସିଟି ର ମଧ୍ୟ ଭାଗ ପାହାଳ ଠାରେ ବାହୁବଳୀ ସେବାୟତ ଅନିଲ ଗୋଛିକରଙ୍କ ଦ୍ବାରା “ଫିଟନେସ ଗ୍ୟାରେଜ” ଜିମ୍ ଉଦଘାଟିତ ହୋଇଯାଇଛି l ସ୍ୱାସ୍ଥ୍ୟ ହିଁ ସମ୍ପଦ ଏଇ ବାର୍ତ୍ତା ନେଇ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ରିଷି ଏହି ଜିମ୍ ର ପରିକଳ୍ପନା କରିଛନ୍ତି l ଏହା ଅତ୍ୟାଧୁନିକ ଉପକରଣ ସହିତ ଏକ ବ୍ୟୟ ବହୁଳ ଜିମ୍ l ସାର୍ବଜନୀନ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅଭିନେତା ରିଷି ଙ୍କର ଏହି ସ୍ବପ୍ନ ବାସ୍ତବରେ ପରିଣତ ହୋଇଛି l ଆମ ସ୍ୱାସ୍ଥ୍ୟ ଖରାପ ହେବା ପରେ ଆମେ ଡାକ୍ତର ଙ୍କ ପାଖକୁ ଯାଇଥାଉ l ତେବେ ସ୍ୱାସ୍ଥ୍ୟ ପ୍ରତି ଟିକେ ଯତ୍ନବାନ ହେଲେ ସୁସ୍ଥ ରହିଥାନ୍ତି ଏକଥା ବ୍ୟସ୍ତ ଜୀବନ ଭିତରେ ଭୁଲିଯାଇଥାଉ l ସେଇ ବାର୍ତ୍ତା ନେଇ ଫିଟନେସ ଗ୍ୟାରେଜ ଜିମ୍ ଓଲିଉଡ଼ ର ଲୋକପ୍ରିୟ ଅଭିନେତା ରିଷି ଶୁଭାରମ୍ଭ କରିଛନ୍ତି l ଏହି ଜିମ୍ ରେ ଏକାଧିକ ଅଭିଜ୍ଞ ତାଲିମ୍ ଶିକ୍ଷକ ଥିବାବେଳେ ଏଠାରେ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ଉପଲବ୍ଧ l ଶୁଭ ଉଦଘାଟନୀ ଉତ୍ସବ ରେ ଅଭିନେତା ଅଂଶୁମାନ ଆରୋରା, ମଣ୍ଟୁ, ରିଷିକ, ରୋନୀ, ଅଭିନେତ୍ରୀ ଦେବସ୍ମିତା ପଣ୍ଡା, ଅନିଶା, ଏଲିନା, ପ୍ରିୟା, ନିର୍ଦ୍ଦେଶକ ଜଗତ, କୋରିଓଗ୍ରାଫର ମଣ୍ଟୁ ଜେନା, ଫିଟନେସ କୋଚ ସୁଜିତ ପ୍ରମୁଖ ଉପସ୍ଥିତ ଥିଲେ l ତେବେ ଉଭୟ କଟକ ଏବଂ ଭୁବନେଶ୍ୱର ର ସମସ୍ତେ ଉପକୃତ ହେବେ ବୋଲି ଅଭିନେତା ରିଷି ମତ ଦେଇଛନ୍ତି l