ଶ୍ରୀମଦ ଭଗବତ ଗୀତା ବିଦ୍ୟା ମନ୍ଦିରରେ ଆଡମ୍ବରରେ ପାଳିତ ହେଲା ଗୁରୁଦିବସ

0

ଶନିବାର ଦିନ ଶ୍ରୀମଦ ଭଗବତ ଗୀତା ବିଦ୍ୟା ମନ୍ଦିର ପରିସରରେ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ଗୁରୁଦିବସ ଅତ୍ୟନ୍ତ ଆଡମ୍ବରରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ଉଦ୍ୟମ ଏବଂ ସମସ୍ତଙ୍କର ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ଅତି ସରସ ଓ ସୁନ୍ଦର ହୋଇପାରିଲା l

କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟ ଦର୍ଶନ ମାହୁନ୍ତ, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅନଙ୍ଗ ଚରଣ ଦାସ ତଥା ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ସମରେନ୍ଦ୍ର ଜେନା ତଥା ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ଥିଲେ l ଦିବସର ମହତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l

ଛାତ୍ରଛାତ୍ରୀମାନେ ଏହି ଦିବସ ଅବସରରେ ଗୁରୁ ପୂଜନ କରିଥିଲେ l ଗୁରୁଜୀ, ଗୁରୁମା ମାନେ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଗୁରୁଜୀ, ଗୁରୁମାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

Leave A Reply

Your email address will not be published.