ମାଳିପୁଟ ମେଲୋଡିଜ୍”ର ହେଲା ସ୍ପେସିଆଲ ସ୍କ୍ରିନିଂ, ସେପ୍ଟେମ୍ବର ୧୮ ରେ ମୁକ୍ତିଲାଭ*
ସୌନ୍ଦର୍ଯ୍ୟର ସ୍ବର୍ଗ କୋରାପୁଟର ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍’ ର ପିଭିଆର ରେ ସ୍ପେସିଆଲ ସ୍କ୍ରିନିଂ ହୋଇଛି l ଫିଲ୍ମର ସମସ୍ତ କଳାକାର, ଟେକ୍ନିସିଆନ୍ସ ଙ୍କ ସମେତ କେତେଜଣ ସ୍ୱତନ୍ତ୍ର ଅତିଥି ମିଶି ଫିଲ୍ମ ଦେଖିଥିଲେ l କୌସ୍ତଭ ଡ୍ରିମ୍ ୱIର୍କସ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମିତ ଏହି ସିନେମାଟି ‘ୟୁ/ଏ’ ପ୍ରମାଣପତ୍ର ହାସଲ କରିଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୮ରେ ମୁକ୍ତିଲାଭ କରିବ । ଗୋଆରେ ଅନୁଷ୍ଠିତ
୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ )–୨୦୨୫
ଇଣ୍ଡିଆନ ପାନୋରାମା ଫିଚର୍ ଫିଲ୍ମ ବର୍ଗରେ ମନୋନୀତ ହୋଇ ପ୍ରଦର୍ଶିତ ହୋଇଥିଲା
ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍’ । ଜୀବନ ଓ ସଂଘର୍ଷର ନିଚ୍ଛକ
ଚିତ୍ର ସାଙ୍ଗକୁ ସେଠି ବିଶ୍ବ ଦେଖିଥିଲା ଓଡ଼ିଶାର ସୁନ୍ଦର କୋରାପୁଟକୁ। ଠିକ ସେହିପରି ପିଭିଆର ରେ ସ୍ପେସିଆଲ ସ୍କ୍ରିନିଂରେ ମଧ୍ୟ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ ଅତିଥି ଉପଭୋଗ
କରିଥିଲେ ତା’ର କଳା, ସଂସ୍କୃତି, ସାହିତ୍ୟ ଆଉ ସଙ୍ଗୀତକୁ । କିଛି ସମୟ ପାଇଁ ଦର୍ଶକ
ହଜିଯାଇଥିଲେ, ମଜି ଯାଇଥିଲେ ବଣ ଜଙ୍ଗଲ ଘେରା ଅଞ୍ଚଳରେ ରହୁଥିବା ସେହି ସରଳିଆ ଲୋକଙ୍କ ଭିତରେ । ସିନେମାଟି ଆଇଏଫ୍ଏଫ୍ଆଇରେ
ଦର୍ଶକଙ୍କ ପ୍ରଶଂସା, ଭଲପାଇବା ସାଉଁଟିବା ସହ ହୃଦୟ ଜିଣିଛି l
ଖାଲି ଆଇ ଏଫ ଏଫ ଆଇ ନୁହେଁ, ଆଜି ପର୍ଯ୍ୟନ୍ତ ଭାରତ ସହିତ ବିଶ୍ୱ ଦରବାରରେ ଏହା ଆଠଟି ସ୍ଥାନରେ ମନୋନୀତ ହୋଇ ସାରିଛି I ଜୟପୁର ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ଅଷ୍ଟ୍ରେଲିଆ, କୋଲକାତା ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ଚେନ୍ନାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ଜାଗରଣ ଫିଲ୍ମ ଫେଷ୍ଟିଭାଲ, ସେଭେନ କଣ୍ଟିନେଣ୍ଟସ ଆୱାର୍ଡସ ଓ ମାଦ୍ରୀଡ଼ ଫିଲ୍ମ ଆୱାର୍ଡସ l
ଖାଣ୍ଟି ମୌଳିକ ଓଡ଼ିଆ
ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏ ସିନେମାରେ ହୃଦୟସ୍ପର୍ଶୀ କାହାଣୀର ସମାହର ରହିଛି । ଯାହା ଚିରାଚରିତ ଧାରାଠୁ ସମ୍ପୂର୍ଣ୍ଣ
ଭିନ୍ନ ଏବଂ ଏକ ପାରିବାରିକ ଚଳଚ୍ଚିତ୍ର।
ଆଶ୍ଚର୍ଯ୍ୟର କଥା ଏଥିରେ ସିନେ ଦୁନିଆରେ ଚିହ୍ନା ମୁହଁ ନାହାଁନ୍ତି । ୭୫% କଳାକାର ହେଉଛନ୍ତି
ଗାଁର ପ୍ରତିଭା, ବାକି
୨୫% ମଞ୍ଚ କଳାକାର ।
ଏହା ବ୍ୟତୀତ ସିନେମାର
ଗୀତ, ସଙ୍ଗୀତ, କାହାଣୀ, ସଂଳାପ, ଚିତ୍ରନାଟ୍ୟ, କଳାକାରଙ୍କ ଜୀବନ୍ତ ଅଭିନୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ, ଅତି ଚମତ୍କାର ଓ ଉଚ୍ଚକୋଟୀର ହୋଇଛି l
ଦର୍ଶକ ସିନେମା ମାଧ୍ୟମରେ ସମ୍ପୂର୍ଣ୍ଣ କୋରାପୁଟ ବୁଲି ଆସିବାର ମଜା ବି ନେଇ ପାରିବେ ।
ସିନେମାର ନିର୍ଦ୍ଦେଶକ ଉଦୀୟମାନ ଯୁବ ତାରକା
ବିଶାଲ ପଟ୍ଟନାୟକ ଯେଉଁଭଳି ଢଙ୍ଗରେ ନିଜ ମାଟିର ମହକକୁ ସିନେମାରେ ଭରିଛନ୍ତି ଏବଂ ତାଙ୍କୁ
ସହଯୋଗ କରିଛନ୍ତି ଅଭିଜ୍ଞ ପ୍ରଯୋଜକ କୌଶିକ ଦାସ l
ଗୀତ ଓ ସଙ୍ଗୀତକାର ତୋଷ ନନ୍ଦ, କାହାଣୀକାର ସୁଧାକର ପଟ୍ଟନାୟକ ଏବଂ ସହ ପ୍ରଯୋଜକ ରାମ ପଟ୍ଟନାୟକ ଓ କୌସ୍ତଭ ଦାସଙ୍କ ସହ ପୂରା ଟିମ୍।
ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ l ସମସ୍ତଙ୍କୁ ଉତ୍ସାହିତ କରିବା ସହ ଅହେତୁକ ଭଲପାଇବା, ଅକୁଣ୍ଠ
ସମର୍ଥନ ଦେଇ ସିନେମାକୁ ସଫଳ କରିବାରେ
ସହାୟକ ହେବେ ବୋଲି ପ୍ରଯୋଜନା ସଂସ୍ଥା
ଆଶାବାନ୍ଧି ବସିଛି ।