ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା

0
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଆସନ୍ତା ଏପ୍ରିଲ ୨୦ ତାରିଖରୁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି। କେବଳ ସ୍କୁଲ୍-କଲେଜ୍ ନୁହେଁ, ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ।
 
ାତ୍ରଛାତ୍ରୀ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି । ତେବେ ପୂର୍ବ ନିର୍ଦ୍ଧାରିତ ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସମୟ ଅନୁଯାୟୀ ଜାରି ରହିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ସମ୍ପୃକ୍ତ ଅନୁଷ୍ଠାନ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ପାନୀୟ ଜଳ ଏବଂ ଅଂଶୁଘାତ ସମ୍ବନ୍ଧୀୟ ନିରାକରଣ ସରଞ୍ଜାମ ରଖିବା ପାଇଁ ଅନୁଷ୍ଠାନର ମୁଖ୍ୟମାନଙ୍କୁ ଅନୁରୋଧ କରାଯାଇଛି ।
 
ନବରଙ୍ଗପୁର ସମେତ ସମଗ୍ର ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ପାଣିପାଗ ବିଭାଗ ଆଗାମୀ କିଛି ଦିନ ହିଟ୍‌ୱେଭ୍ ସ୍ଥିତି ଜାରି ରହିବା ପୂର୍ବାନୁମାନ କରିଛି । ଦିନ ୧ଟାରୁ ଅପରାହ୍ନ ୩ଟା ଯାଏଁ ଅତ୍ୟାବଶ୍ୟକ ନହେଲେ ଘରୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।
Leave A Reply

Your email address will not be published.