ସାରା ଭାରତରେ ୮୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିନ୍ଦୁସାଗର

0

ଭୁବନେଶ୍ବର (ଆମ ଟିଭି): ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରି ଏବେ ଯୁବପୀଢ଼ିଙ୍କ କାନ୍ଧରେ l ୟଙ୍ଗ ଟ୍ୟାଲେଣ୍ଟେଡ ଟେକ୍ନିସିଆନ୍ସଙ୍କ ମାଧ୍ୟମରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଶୁଭ ଦିନ ଆସିଛି l ଆମ ମାଟିର ମୌଳିକ କାହାଣୀକୁ ନେଇ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଭେଟି ଦେଉଛନ୍ତି ଓଡ଼ିଆ ସିନେ ଦର୍ଶକଙ୍କୁ l ତେବେ ସେହିପରି ଏକ ୟଙ୍ଗ ଟ୍ୟାଲେଣ୍ଟେଡ ଗ୍ରୁପ ଭେଟି ଦେଇଛନ୍ତି ନୂଆ ଓଡ଼ିଆ ଚଳଚ୍ଚିତ୍ର “ବିନ୍ଦୁସାଗର” l

ସାରା ଭାରତରେ ୮୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l

ମୁମ୍ବାଇର ଶିଲାଦିତ୍ୟ ବୋରା ଏହାର ପ୍ରଯୋଜନା କରିଥିବା ବେଳେ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ ନିର୍ଦ୍ଦେଶନା ଦେଇଛନ୍ତି l ଅଭିଷେକ ଦାସ ରଚନା କରିଛନ୍ତି l ପ୍ରକୃତି ମିଶ୍ର, ଦୀପନ୍ୱିତ ଦାସ ମହାପାତ୍ର, ସତ୍ୟ ରଞ୍ଜନ, ସୋନାଲି ଶର୍ମିଷ୍ଠାଙ୍କ ସମେତ ଅନେକ ବଲିଉଡ କଳାକାର ରବୀନ ଦାସ, ଜଗନ୍ନାଥ ସେଠ ପ୍ରମୁଖ ଅଭିନୟ କରିଛନ୍ତି l

Leave A Reply

Your email address will not be published.