ନୂଆବର୍ଷରେ ପୁରୀ ଆସିବାର ଥିଲେ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

0

ପୁରୀ (ଆମ ଟିଭି): ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ୬୦ ପ୍ଲାଟୁନ ଫୋର୍ସ ଏହିଦିନ ପୁରୀରେ ନିଯୁକ୍ତି ହେବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ନେଇ ଏପରି ପଦକ୍ଷେପ ନେଇଛି ଜିଲା ପୋଲିସ।

ଭୁବନେଶ୍ୱରରୁ ପୁରୀ ଆସୁଥିବା ଚାରିଚକିଆ ଯାନ ଜେଲ୍‌ ରୋଡ୍‌ ପାର୍କିଂରେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରିକା ପାର୍କିଂରେ ରହିବ। ମେଡିକାଲ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିପାରିବ ନାହିଁ। ମାର୍କେଟ ଛକଠାରୁ ହେବ ନୋ ଭେଇକିଲ୍‌ ଜୋନ୍‌ ହେବ।

ସେହିପରି ଶ୍ରୀମନ୍ଦିର ବାହାରେ ଓ ଭିତରେ ଭିଡ଼ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ। ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫ୍‌ଗାର୍ଡ ମୁତୟନ ହେବା ସହ ଜିରୋ ନାଇଟ୍‌ ସେଲିବ୍ରେଶନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ। ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଏସ୍‌ପି କହିଛନ୍ତି।

Leave A Reply

Your email address will not be published.