ବିଶ୍ୱର ଟପ୍-୩ ଅର୍ଥବ୍ୟବସ୍ଥାରେ ସାମିଲ ହେବ ଭାରତ: ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମୋଦୀଙ୍କ ଗ୍ୟାରେଣ୍ଟି । ଭାଏବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆମେ ଏକ ଲକ୍ଷ୍ୟ ସ୍ଥିର କରିଛୁ ଯେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କରିବା ବେଳକୁ ଏହା ଏକ ବିକାଶଶୀଳ ଦେଶ ନୁହେଁ ବରଂ ଏକ ବିକଶିତ ଦେଶ ହେବ। ଆଜି ୨୫ ବର୍ଷର କାର୍ୟ୍ୟକାଳ ହେଉଛି ଭାରତର ଅମୃତ କାଳ। ଏହା ହେଉଛି ନୂତନ ସ୍ବପ୍ନ, ନୂତନ ସଂକଳ୍ପ ଏବଂ ଦୈନିକ ନୂତନ ସଫଳତାର ସମୟ। ଏହି ଅମୃତ କାଳରେ ଏହା ହେଉଛି ପ୍ରଥମ ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀ।

ତେଣୁ ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ଏହି ଶିଖର ସମ୍ମିଳନୀକୁ ଆସିଥିବା ୧୦୦ରୁ ଅଧିକ ଦେଶର ପ୍ରତିନିଧୀମାନେ ଭାରତର ବିକାଶ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଅଟନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, କିଛି ସମୟ ପୂର୍ବରୁ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ଥିଲା, କିନ୍ତୁ ଆଗାମୀ ଦିନରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି।

 

Leave A Reply

Your email address will not be published.