ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

0

ଭୁବନେଶ୍ୱର(ଆମ ଟିଭି): ସୋମବାର ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଘଡ଼ଘଡ଼ି ସହ ବର୍ଷା ଓ ପବନ ଯୋଗୁଁ କ୍ଷୟକ୍ଷତି ମଧ୍ୟ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗତକାଲି ଠାରୁ କଳାବୈଶାଖୀ ପ୍ରକ୍ରିୟା ପାଇଁ ସୋମବାର ସକାଳୁ ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ବାୟୁଚଳା ଚଳ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।

ଏହା ପ୍ରଭାବରେ ବିଜୁଳି ଘଡଘଡି ସହ ପବନ ତଥା କିଛି ଜିଲାରେ କୁଆପଥର ବର୍ଷା ମଧ୍ୟ ସମ୍ଭାବନା ରହିଛି l ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ ରୁ ୩ଡ଼ିଗ୍ରୀ ହ୍ରାସ ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ରବିବାର ନୂଆପଡ଼ାରେ ୪୪, ତାଳଚେର ୪୩.୮, ଝାରସୁଗୁଡ଼ା ଓ କେନ୍ଦୁଝରରେ ୪୩.୬, ଅନୁଗୋଳ ୪୩.୩, ବଲାଙ୍ଗୀର ୪୩.୨, ସୁନ୍ଦରଗଡ଼ ଓ ବୌଦ୍ଧରେ ୪୩, ଢେଙ୍କାନାଳ ୪୨.୯, ଟିଟିଲାଗଡ଼ ୪୨.୫, ରାଉରକେଲା ୪୨.୧, ଭବାନୀପାଟଣା ଓ ନୟାଗଡ଼ରେ ୪୨, ଚାନ୍ଦବାଲି ଓ ହୀରାକୁଦରେ ୪୧.୯, ଭଦ୍ରକ ୪୧.୮, ସମ୍ବଲପୁର ଓ ମାଲକାନଗିରିରେ ୪୧.୭, କଟକ ଓ ଭୁବନେଶ୍ୱରରେ ୪୧.୬, ପାରଳାଖେମୁଣ୍ଡି ଓ ଯାଜପୁରରେ ୪୧, ଫୁଲବାଣୀ, ସୋନପୁର, ବରଗଡ଼ ଓ କେନ୍ଦ୍ରାପଡ଼ାରେ ୪୦.୮, ବାଲେଶ୍ୱର ଓ ଖୋର୍ଦ୍ଧାରେ ୪୦.୫ ଏବଂ ଜଗତ୍‌ସିଂହପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପୂର୍ବାନୁମାନ ଅନୁଯାୟୀ, ସୋମବାର ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଏଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ପରବର୍ତ୍ତୀ ତିନିଦିନ ରାଜ୍ୟରେ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ରହିବାର ସମ୍ଭାବନା ରହିଥିବା ବେଳେ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରାଯାଇଛି। ତେବେ ୨୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।

 

Leave A Reply

Your email address will not be published.