ଅନ୍ତଧର୍ମୀୟ ବିବାହ ଅବୈଧ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ (ଆମ ଟିଭି): ବିବାହକୁ ନେଇ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ।  ହିନ୍ଦୁ ବିବାହ ଆଇନ ଅନୁଯାୟୀ ଧର୍ମ-ଧର୍ମ ଭିତରେ ବିବାହ ଅବୈଧ ବୋଲି କହିଛନ୍ତିି ସୁପ୍ରିମକୋର୍ଟ । ଆଇନ ଅନୁସାରେ କେବଳ ହିନ୍ଦୁ ମାନେ ହିନ୍ଦୁଙ୍କୁ ବିବାହ କରିପାରିବେ । ଜଷ୍ଟିସ୍ କେଏମ୍ ଜୋସେଫ ଓ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ତେଲେଙ୍ଗାନା ହାଇକୋର୍ଟଙ୍କ ଅଗଷ୍ଟ ୨୦୧୭ର ଏକ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି ।

୨୦୧୩ରେ ଅଭିଯୋଗକାରିଣୀ ହାଇଦ୍ରାବାଦରେ ଏକ ମାମଲା ରୁଜୁ କରିଥିଲେ । ଦାବି କରିଥିଲେ ଆବେଦନକାରୀଙ୍କ ସହ ୨୦୦୮ରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ବାହାଘର ହୋଇଥିଲା । କିନ୍ତୁ ଆବେଦନକାରୀ ଜଣେ ଖ୍ରୀଷ୍ଟିଆନ ହୋଇଥିବା ବେଳେ ଅଭିଯୋଗକାରିଣୀ ଜଣେ ହିନ୍ଦୁ । ହେଲେ ଆବେଦନକାରୀ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.