ଜୀ ସାର୍ଥକର ସୁପରହିଟ ଧାରାବାହିକ ଭାଗ୍ୟରେଖା 300 ଅଧ୍ୟାୟ ରେ ! କାହାଣୀରେ ନୂଆ ମୋଡ଼ – କ’ଣ ଅଲଗା ହେବେ ଭାଗ୍ୟ ଓ ରେଖା ?

0

ଭୁବନେଶ୍ୱର (ଆମ ଟିଭି): ଓଡିଶାର ନମ୍ବର ୧ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସିଛି । ମନଛୁଆଁ ଧାରାବାହିକ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ବା ବାସ୍ତବବାଦୀ ଚଳଚ୍ଚିତ୍ର ଭେଟିଦେଇ ସାଜିଛି ଦର୍ଶକଙ୍କର ପ୍ରଥମ ପସନ୍ଦ । ଠିକ ସେମିତି ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଭାଗ୍ୟରେଖା’ ଯାହାକୁ ମିଳିଛି ଆପଣଙ୍କ ପାଖରୁ ଅଶେଷ ଭଲପାଇବା । ଆଉ ଆପଣଙ୍କର ସେହି ଭଲପାଇବା ପାଇଁ ଏହା ସଫଳତାର ସହ 300 ଅଧ୍ୟାୟ ସମ୍ପୂର୍ଣ କରିଛି । ଏହି ଧାରାବାହିକରେ ଆଗକୁ ଘଟିବାକୁ ଯାଉଛି ଏକ ନୂଆ ଟ୍ବିଷ୍ଟ ।

ଶିଖା ଓ ମୋହିନୀ ର ଚକ୍ରାନ୍ତର ଶିକାର ହୋଇ ରେଖାକୁ ଘରୁ ବାହାର କରିଦିଏ ଭାଗ୍ୟ । ଏପଟେ ସୀତା ସତ ର ପର୍ଦାଫାଶ କରିବା ପାଇଁ ଶପଥ ନେଇଛନ୍ତି | ମୋହିନୀ,ଭାଗ୍ୟର ଦ୍ବିତୀୟ ବିବାହ କରାଇବା ପାଇଁ ଯୋଜନା କରିଛନ୍ତି ।ରେଖା, ଅନେକ ସଂଘର୍ଷ କରି କେମିତି ସେ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିବାକୁ ଲାଗିପଡିଛନ୍ତି।

ତେବେ କଣ ଭାଗ୍ୟ ରେଖା ସବୁଦିନ ପାଇଁ ଅଲଗା ହୋଇଯିବେ ? କେମିତି ରେଖା ଏହି ସବୁ ପରିସ୍ଥିତିର ଏକୁଟିଆ ସାମନା କରିବ ? କାହାଣୀରେ କଣ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳିବ ? ସବୁ ଜାଣିବାକୁ ହେଲେ ଭାଗ୍ୟରେଖା ଧାରାବାହିକ ସହିତ ନିଜକୁ ଯୋଡି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର୍ ପ୍ରତୀକ ସିଲ୍ ।

Leave A Reply

Your email address will not be published.