ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍ ବିଶ୍ୱନାଥ ଦେଲେ ଏହି ବଡ଼ ସୂଚନା, କହିଲେ ପ୍ରଥମେ…
ସୋମବାର ବସିଥିବା ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ପରେ ଜଷ୍ଟିସ୍ ବିଶ୍ବନାଥ ରଥ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ। ଏହା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ରୁମ୍ ନିର୍ଦ୍ଧାରଣ କରାଯାଇଛି ସେଠାକୁ ସ୍ଥାନାନ୍ତର କରାଯିବ। ଏହା ଏସ୍ଓପିରେ ନ ଥିଲା ବୋଲି ସରକାରଙ୍କୁ ଜଣାଇଛୁ। ଦରକାର ପଡ଼ିବ ଖାଲି ଆଲମିରାଗୁଡ଼ିକର ମରାମତି ହେବ। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରତ୍ନଭଣ୍ଡାରର ମରାମତି ହେବା ନେଇ ପୁଙ୍ଖାନୁପୁଙ୍ଖ ହୋଇଥିଲା।