ବଢ଼ିଲା କେଜ୍ରିୱାଲଙ୍କ ଅଡ଼ୁଆ, ତଦନ୍ତ କରିବ NIA
ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ତଦନ୍ତ କରିପାରେ।
କେଜ୍ରିୱାଲ ଓ ଆପ ସରକାର ବିରୋଧରେ ଏନଆଇଏ ତଦନ୍ତ କରିବାକୁ ଆଜି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସୁପାରିସ କରିଛନ୍ତି। ବ୍ୟାନ ହୋଇଥିବା ଆମେରିକା ଭିତ୍ତିକ ଖଲିସ୍ତାନୀ ଗ୍ରୁପ ଶିଖ ଫର ଜଷ୍ଟିସ ଠାରୁ କେଜ୍ରିୱାଲ ଓ ଆପ ସରକାର ପାଣ୍ଠି ପାଇଥିବା ଅଭିଯୋଗ ଆସିବା ପରେ ଉପ ରାଜ୍ୟପାଳ ଏପରି ସୁପାରିସ କରିଛନ୍ତି।
ଉପ ରାଜ୍ୟପାଳଙ୍କ ସଚିବ ଦେଇଥିବା ସୂଚନାରେ କୁହାଯାଇଛି ଯେ ଭିକେ ସକ୍ସେନାଙ୍କ ପାଖକୁ ଗୋଟିଏ ଅଭିଯୋଗ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ଖଲିସ୍ତାନୀ ସପକ୍ଷବାଦୀ ଗ୍ରୁପ ଠାରୁ ଆପ ୧୬ ମିଲିୟନ ଡଲାର ପାଇଛି। ୧୯୯୩ ମସିହା ଦିଲ୍ଲୀ ବିସ୍ଫୋରଣର ଦୋଷୀ ତଥା ଆତଙ୍କବାଦୀ ଦେବେନ୍ଦ୍ର ପାଲ ଭୂଲ୍ଲାରକୁ ଛାଡ଼ିବା ପାଇଁ ଏପରି ପାଣ୍ଠି ମିଳିଛି।
ଯେହେତୁ ମୁଖ୍ୟମନ୍ତ୍ରୀ ବିରୋଧରେ ବ୍ୟାନ ହୋଇଥିବା ସଂଗଠନ ଠାରୁ ଟଙ୍କା ନେବାର ଅଭିଯୋଗ ଆସିଛି, ତେଣୁ ଏହାର ତଦନ୍ତ ଆବଶ୍ୟକ। ସେହିପରି ବିଦେଶ ଲିଙ୍କ ଥିବାରୁ ଏହାର ତଦନ୍ତ ଏନଆଇଏ କରିବା ଉଚିତ