ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ କେତେ ବାଂଲାଦେଶୀ ଅଛନ୍ତି? କେଉଁ ଜିଲ୍ଲାରେ ବାଂଲାଦେଶୀଙ୍କ ସଂଖ୍ୟା କେତେ? ଏପରିକି ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଅନୁପ୍ରବେଶକାରୀ କେତେ ଓ ସର୍ବାଧିକ କେଉଁ ଜିଲ୍ଲାରେ ରହୁଛନ୍ତି? ଏନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ସୁରଜ ସୂର୍ୟ୍ୟବଂଶୀ ।
ସୁରଜଙ୍କ ଏହି ପ୍ରଶ୍ନର ଉତ୍ତର ଗୃହରେ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧,୫୭,୪୩୨ ଜଣ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି । ମାଲକାନଗିରିରେ ସର୍ବାଧିକ ୧,୦୪,୨୩୩ ଜଣ, ନବରଙ୍ଗପୁରରେ ୪୬,୮୪୮ ଜଣ ରହିଛନ୍ତି । ସେହିଭଳି କେନ୍ଦ୍ରାପଡାରେ ୪୪୧, ଖୋର୍ଦ୍ଧାରେ ୪୬୫୩, ଯାଜପୁରରେ ୩୭୯, କଳହାଣ୍ଡିରେ ୯୦, ବାଲେଶ୍ୱରରେ ୭୫, ଅନୁଗୁଳରେ ୧୫, କୋରାପୁଟରେ ୧୯୪, ରାୟଗଡାରେ ୩୦୪ ଜଣ ରହିଛନ୍ତି ।