ଭଦ୍ରକରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଭୟଭୀତ ଗ୍ରାମବାସୀ

0

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଚୁଡାମୁଣି ମାଛଧରା ଜେଟୀ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ଗ୍ରାମବାସୀ । ବଡ଼ ଶଦ୍ଦ କେଉଁଠୁ ଆସିଲା ଜାଣିବାକୁ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ପାଖରେ ଥିବା ଚିଂଗୁଡି ପ୍ଲାଣ୍ଟ ଦିଗରୁ ଶଦ୍ଦ ଆସିଥିବା ଜାଣିଥିଲେ । ଭୟଭୀତ ଅବସ୍ଥାରେ ଅଛନ୍ତି ଚିଂଗୁଡି ପ୍ଲାଂଟର କର୍ମଚାରୀ । ସେମାନଙ୍କ କହିବା କଥା ଗତକାଲି ବର୍ଷା ସହିତ ଜୋରରେ ପବନ ବହୁଥିଲା । ବର୍ଷା ଦାଉରୁ ରକ୍ଷା ପାଇବାକୁ ସେମାନେ ପ୍ଲାଂଟ ପଲାରେ ବସିଥାଆନ୍ତି । ସେହି ସମୟରେ ବଡ଼ ଶବ୍ଦ ଶୁଭିଥିଲା ।

ଯେଉଁ ଯାଗାରେ ଧୁଆଁ ବାହାରୁଥିଲା ସେହି ଯାଗାରେ ୫ ଫୁଟରୁ ଅଧିକା ଗାତ ହୋଇଥିଲା । ଏ ନେଇ କର୍ମଚାରୀ ମାନେ ଟ ମାଲିକକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ମାଟିତଳୁ କିଛି ଲୁହା ଓ ତମ୍ୱାର ଖଣ୍ଡ ବିଖଣ୍ଡିତ ଅଂଶ ଦେଖିବାକୁ ପାଇଥିଲେ । ଲୁହା ଓ ତମ୍ୱାର ଭଗାଂସ କ୍ଷେପଣାସ୍ତ୍ରର ବୋଲି ଅନୁମାନ କରାଯାଉଛି । ଏବେ ବି ପ୍ଲାଂଟ କର୍ମଚାରୀ ଭୟଭିତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.