ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ।କେବଳ ଗୋଟିଏ ଭୋଟ ରାଜନୈତିକ ଦୃଶ୍ୟପଟକୁ ବଦଳାଇପାରେ।ତାହାର ଏକ ପ୍ରମୁଖ ଉଦାହରଣ ତାମିଲନାଡୁର ତିରୁପତ୍ତୁର ବିଧାନସଭା ଆସନରୁ ଦେଖିବାକୁ ମିଳିଛି।ଯେଉଁଠାରେ ଜଣେ ମନ୍ତ୍ରୀ ତଥା ପ୍ରମୁଖ ନେତା ପେରିଆକାରୁପ୍ପାନ ମାତ୍ର ଗୋଟିଏ ଭୋଟରେ ପରାସ୍ତ ହୋଇଛନ୍ତି।ଭୋଟ ଗଣତି ସମାପ୍ତ ହେବା ପରେ, ପେରିଆକାରୁପ୍ପନ ସିନିଭାସଙ୍କଠାରୁ ମାତ୍ର ଗୋଟିଏ ପାଦ ପଛରେ ଥିଲେ। ସିନିଭାସ ୮୩,୩୭୫ ଭୋଟ ପାଇଥିଲେ, ଯେତେବେଳେ କି ପେରିଆକାରୁପ୍ପନ ୮୩,୩୭୪ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଜେପିର ତିରୁମରନ କେ.ସି. ୨୯,୦୫୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ତେଣୁ ଏଥିରୁ ସ୍ପଷ୍ଟ ହୋଇଥିଲା ଗଣତନ୍ତ୍ରରେ ଗୋଟିଏ ଭୋଟର ମୂଲ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା ଏକ ଶକ୍ତିଶାଳୀ ଅସ୍ତ୍ର।
ଏପଟେ ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନ ପାଇଁ ଭୋଟ ଗଣତି ସମାପ୍ତ ହୋଇଛି। ତାମିଲନାଡୁ ବେଟ୍ରି କଜଗମ (ଟିଭିକେ) ୧୦୮ ଆସନ ଜିତି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଡିଏମକେ ୫୯ ଆସନ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଏଡିଏମକେ ୪୭ ଆସନ ପାଇଛି। କଂଗ୍ରେସ ପାଞ୍ଚଟି ଆସନ ଜିତି ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟମାନେ ଆଠଟି ଆସନ ଜିତିଛନ୍ତି।