ବାଂଲାଦେଶରେ ମିଳିମିଳା ଆତଙ୍କ, ଏଯାଏ ଗଲାଣି ୨୫୦ଜଣଙ୍କ ଜୀବନ, ହାଇ-ଆଲର୍ଟ ଜାରି କଲା WHO
ବାଂଲାଦେଶରେ ମିଳିମିଳା ର ଆତଙ୍କ । ରୋଗରେ ପ୍ରାୟ ୨୫୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ସୀମାନ୍ତ ଅଞ୍ଚଳ ଦେଇ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଭାରତ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି।‘ହୁ’ ର ଚେତାବନୀ ଅନୁଯାୟୀ, ମିଳିମିଳା ଏକ ଅତ୍ୟନ୍ତ ସଂକ୍ରାମକ ରୋଗ ହୋଇଥିବାରୁ ଏହା ସୀମା ପାର ହୋଇ ଭାରତୀୟ ସୀମାନ୍ତ ରାଜ୍ୟଗୁଡ଼ିକରେ ପ୍ରବେଶ କରିପାରେ। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗକୁ ହାଇ-ଆଲର୍ଟରେ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷଜ୍ଞଙ୍କ ମତରେ, ଟୀକାକରଣ ପ୍ରକ୍ରିୟାକୁ ଅଧିକ ତ୍ବରାନିତ୍ବ କରିବା ସହ ସନ୍ଦିଗ୍ଧ ରୋଗୀଙ୍କ ଉପରେ ନଜର ରଖିବା ଜରୁରୀ। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଉଛି। ଶିଶୁମାନଙ୍କ ମଧ୍ୟରେ ଏହି ରୋଗ ଅଧିକ ଘାତକ ହେଉଥିବାରୁ ଅଭିଭାବକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।