ଆଇପିଏସ ଅଜୟ ପାଲ ଶର୍ମାଙ୍କୁ କଲିକତା ହାଇକୋର୍ଟରୁ ଆଶ୍ବସ୍ତି

0

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଡ୍ୟୁଟି ଯାଇଥିବା ୟୁପି କ୍ୟାଡର ଆଇପିଏସ୍ ଅଜୟ ପାଲ ଶର୍ମାଙ୍ଗୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଅଜୟ ପାଲ ଶର୍ମାଙ୍କ ଦବଙ୍ଗଗିରିର ଭିଡିଓ ଭାଇରଲ ହେବା ପରେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରାଯାଇଥିଲା । ଭାରତୀୟ ନିର୍ବାଚନ କମିଶନ ତାଙ୍କୁ ଜଣେ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିବା ପୂର୍ବରୁ କୋଲକତା ହାଇକୋର୍ଟରେ ମଧ୍ୟ ଏହି ସମାନ କଥା ଉଠିଥିଲା ।

 

ଆଇପିଏସ ଅଧିକାରୀ ଅଜୟ ପାଲଙ୍କୁ ବଙ୍ଗଳାରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ଅନେକ ତୃଣମୂଳ କଂଗ୍ରେସ (ଟିଏମସି) ସମେତ ସମଗ୍ର ବିରୋଧୀ ଦଳ । ତେବେ ଗତକାଲି ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପର୍ଯ୍ୟବେକ୍ଷକ ଭାବରେ ତାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା ।

 

କୋଲକତା ହାଇକୋର୍ଟ କହିଥିଲେ, ୨୯ ଏପ୍ରିଲ ଯାଏଁ ନିର୍ବାଚନ ଡିଟ୍ୟୁରେ ଥିବା କୌଣସି ଅଧିକାରୀଙ୍କ ବିରୋଧରେ କୌଣସି ଆଦେଶ ଜାରି କରାଯାଇ ନାହିଁ । ଆଇପିଏସ ଅଜୟ ପାଲ ଶର୍ମା ସାଉଥ ୨୪ ପ୍ରଗଣା ଜିଲ୍ଲାରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଚିର୍ବାଚନ ଆୟୋଗ ଦ୍ବାରା ନିଯୁକ୍ତ ପୋଲିସ ପର୍ଯ୍ୟବେକ୍ଷକ ।

 

ଜଷ୍ଟିସ କୃଷ୍ଣ ରାଓ କୋର୍ଟରେ ଆଇପିଏସ ଅଫିସର ଅଜୟ ପାଲ ଶର୍ମାଙ୍କୁ ଜୋନରେ କାର୍ଯ୍ୟରେ ରୋକିବା ପାଇଁ ମୌଖିକ ଭାବେ ପ୍ରାର୍ଥନା କରିଥିଲେ । ଓକିଲଙ୍କ ଅଭିଯୋଗ ଥିଲା କି, ଅଜୟ ପାଲ ଆଚାର ସଂହିତା ଉଲ୍ଲଙ୍ଘନ କରିଥିଲେ । ଏହାହକୁ ନେଇ ଜଷ୍ଟିସ ରାଓ କହିଥିଲେ, ୨୯ ଏପ୍ରିଲ ଯାଏଁ ନିର୍ବାଚନ ଡ୍ୟୁଟିରେ ଥିବା କୌଣସି ଅଫିସରଙ୍କ ବିଷୟରେ କୌଣସି ଅର୍ଡର ପାସ୍ କରିବେ ନାହିଁ ।

Leave A Reply

Your email address will not be published.