ଜୀ-ସାର୍ଥକରେ ସଫଳତାର ସହ ଆଗେଇ ଚାଲିଛି ମେଗା ଧାରାବାହିକ, ‘ସନ୍ଧ୍ୟା ରାଗିଣୀ’*

0

ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ନୂଆ କାହାଣୀ ତଥା ନାରୀତ୍ବର ଦିଗଦର୍ଶନ ଦେଉଥିବା ମେଗା ଧାରାବାହିକ ସହିତ ତାର ଦର୍ଶକଙ୍କ ଭଲପାଇବା ସାଉଁଟିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ । ସେହି ପରି ଦୁଇ ଭଉଣୀଙ୍କୁ ନେଇ ଏକ ରୋଚକ କାହାଣୀ ‘ସନ୍ଧ୍ୟା ରାଗିଣୀ’ ସଫଳତାର ସହ ଓଡିଆ ଦର୍ଶକଙ୍କୁ ଆଦୃତ ହୋଇଛି ।

ଓଡିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀଙ୍କ କାହାଣୀରୁ ଆରମ୍ଭ ହୋଇ ପହଞ୍ଚିଛି ସନ୍ଧ୍ୟା ଓ ରାଗିଣୀ ପାଖରେ । ଯଶୋଦାଙ୍କ ଝିଅ ରାଗିଣୀ, ଲଣ୍ଡନରେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ ହୋଇଥିବା ବେଳେ ପାରମ୍ପରିକ ଚଳଣି ସହ ଘରର ବଡ଼ମାନଙ୍କୁ ସମ୍ମାନ କରୁଥିବା ଦେବକୀଙ୍କ ଝିଅ ‘ସନ୍ଧ୍ୟା’ ଏବଂ ତା ସ୍ୱପ୍ନ ହୋଇଛି ଭାରତ ପାଇଁ ହକି ଖେଳିବାକୁ। ଭଉଣୀ ଦେବକୀର ମୃତ୍ୟୁ ପରେ ଯଶୋଦା ରାଗିଣୀକୁ ନିଜ ସାଙ୍ଗରେ ଘରକୁ ନେଇ ଆସିଛି । ଆଧୁନିକ ଚିନ୍ତାଧାରା ରଖୁଥିବା ଝିଅ କଣ ଚୌଧୁରୀ ପରିବାରରେ ନିଜକୁ ଖାପଖୁଆଇ ଚଳି ପାରିବ, ଯୋଉଠି ସିଦ୍ଧାନ୍ତ ଓ ନୈତିକତା ସୀମା ରେଖା ବାହାରେ କିଛି ବି ସମ୍ଭବ ନୁହଁ। ଏହା ଭିତରେ ସନ୍ଧ୍ୟାର ଘର ଲୋକ ସନ୍ଧ୍ୟା ଓ ପ୍ରଶାନ୍ତଙ୍କ ବାହାଘର ଠିକ୍ କରିଛନ୍ତି । କିନ୍ତୁ ରାଗିଣୀକୁ ପ୍ରଶାନ୍ତର ଚାଲିଚଳନ ଉପରେ ସନ୍ଦେହ ହୁଏ। ସେ ଓ ସଙ୍ଗିତ ମିଶି ପ୍ରଶାନ୍ତ ବିଷୟରେ ଜାଣିବାକୁ ପାଉଛନ୍ତି ଯେ ସେ ସନ୍ଧ୍ୟା ପାଇଁ ଉପଯୁକ୍ତ ନୁହେଁ, ଯେତେବେଳେ ଘରଲୋକ ଏଇସବୁ ବିଷୟରେ ଜାଣିବାକୁ ପାଆନ୍ତି, ପ୍ରଶାନ୍ତ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରି ରାଗିଣୀକୁ ଜେଲ୍ ପଠେଇବାର ଯୋଜନା କରେ। ରଘୁରାଜ ଘରର ଇଜ୍ଜତ ବଞ୍ଚାଇବା ପାଇଁ ସନ୍ଧ୍ୟା – ପ୍ରଶାନ୍ତର ବାହାଘର ବହୁତ ଜଲଦି କରିବାର ନିଷ୍ପତି ନିଅନ୍ତି। ସତରେ କଣ ପ୍ରଶାନ୍ତ ସଂଧ୍ୟା ପାଇଁ ଉପଯୁକ୍ତ ? ଘର ଲୋକଙ୍କ ସାମ୍ନାକୁ ପ୍ରଶାନ୍ତ ର ଚରିତ୍ର କଣ ସାମ୍ନାକୁ ଆସିପାରିବ ? ରାଗିଣୀ କଣ ନିଜ ଭଉଣୀର ଭବିଷ୍ୟତକୁ ନଷ୍ଟ ହେବାରୁ ରକ୍ଷା କରି ପାରିବ ? ଏଇ ସବୁ ଆଧାର କୁ ନେଇ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି, ଆଶୁତୋଷ, ଜୟା ଗୋସ୍ୱାମୀ, ହୃଷି ପଟ୍ଟନାୟକ, ପଦାରବିନ୍ଦୁ ଓ କେକେ ।

ଜୀ ସାର୍ଥକ ର ସବୁ ମେଗା ଧାରାବାହିକ ପରି ‘ସନ୍ଧ୍ୟା ରାଗିଣୀ’କୁ ମିଳିଥିବା ଭଲପାଇବା ସହିତ ନାରୀର ସୃଜନଶୀଳତା ଓ ପରାକାଷ୍ଠା କେତେ ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଉପଲବ୍ଧି କରିବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Leave A Reply

Your email address will not be published.