ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା

0

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ୍ )ର ୪୬ତମ ଏଜିଏମରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅନେକ ବଡ଼ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି ଯେ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ସାମିଲ କରାଯାଇଛି । ଏହା ସହିତ ନୀତା ଅମ୍ବାନି ବୋର୍ଡରୁ ଅବସର ନେଇଛନ୍ତି ।

ସେ କହିଛନ୍ତି ଯେ ଆସନ୍ତା ଗଣେଶ ଚତୁର୍ଥୀ (୧୯ ସେପ୍ଟେମ୍ବର) ଅବସରରେ ଜିଓ ଏୟାରଫାଇବର ଲଞ୍ଚ ହେବ । ଏହା ଦ୍ବାରା ଗ୍ରାହକମାନେ ବିନା ତାରରେ (ଓ୍ବେୟାରଲେସ୍) ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସର୍ଭିସ୍ ପାଇପାରିବେ । ଏହା ଦ୍ବାରା ଯେଉଁଠାରେ ଫାଇବର ଅପଟିକ ପହଞ୍ଚିନାହିଁ, ସେଠାରେ ଲୋକମାନେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପାଇପାରିବେ । ୫ଜି ନେଟଓ୍ବାର୍କ ବ୍ୟବହାର କରିବ ଏହି ସେବା ଯୋଗାଇଦିଆଯିବ ବୋଲି ଅମ୍ବାନି କହିଛନ୍ତି ।  ୫ଜି ନେଟଓ୍ବାର୍କ ବ୍ୟବହାର କରିବ ଏହି ସେବା ଯୋଗାଇଦିଆଯିବ ବୋଲି ଅମ୍ବାନି କହିଛନ୍ତି । ଜିଓ ପାଖରେ ଏବେ ୫ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏଜିଏମ୍ କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ କମ୍ପାନୀ ମୋଟ ୧୫୦ ବିଲିୟନ ଡଲାର ନିବେଶ କରିଛି। ଏହି ସମୟ ମଧ୍ୟରେ କୌଣସି କମ୍ପାନୀ ଦ୍ୱାରା ଏହା ସର୍ବାଧିକ ପୁଞ୍ଜିନିବେଶ ଅଟେ । କମ୍ପାନୀର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଯୋଗଦେଇ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଏକ ଉଦୀୟମାନ ନୂତନ ଭାରତରେ ଅଗ୍ରଣୀ । ଆମେ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ ଏବଂ ତାହା ହାସଲ କରିଥିଲୁ

 

Leave A Reply

Your email address will not be published.