ନବି ଭାରତୀୟ ଦଳର ନେଟ୍ ବୋଲର
ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ ଚଳିତ ଜୁନ୍ ୬ରୁ ୧୦ ପର୍ଯ୍ୟନ୍ତ ନ୍ୟୁଚଣ୍ଡିଗଡ଼ରେ ଖେଳାଯିବ। ଏଥିପାଇଁ ଜାମ୍ମୁ କାଶ୍ମୀରର ଦ୍ରୁତ ବୋଲର ଆକିବ୍ ନବି ଭାରତୀୟ ଦଳରେ ନେଟ୍ ବୋଲର ଭାବେ ସାମିଲ ହୋଇଛନ୍ତି। ନବିଙ୍କ ସମେତ ଗୁରଜପନୀତ ସିଂହ, ପ୍ରିନ୍ସ ଯାଦବ, ସାରାଂଶ ଜୈନ, ଜିଶାନ ଅନ୍ସାରୀ, ଶିବାଙ୍ଗ କୁମାର ପ୍ରମୁଖ ନେଟ୍ ବୋଲର ଭାବେ ରହିଛନ୍ତି। ନବି ରଣଜୀ ଟ୍ରଫିରେ ୧୭ଟି ଇନିଂସରୁ ସର୍ବାଧିକ ୬୦ଟି ୱିକେଟ ନେଇଥିଲେ। ଭାରତୀୟ ଦଳରୁ ଅର୍ଶଦୀପ୍ ସିଂହ, ହର୍ଷିତ ରାଣା ଆହତ ଥିବାରୁ ବାଦ୍ ପଡ଼ିବା ଓ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ମିଳିବା ପରେ ନବିଙ୍କୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ପଦାର୍ପଣ ନେଇ ସୁଯୋଗ ମିଳିବା ନେଇ ଆଶା କରା ଯାଉଥିଲା। କିନ୍ତୁ ନବିଙ୍କୁ ସୁଯୋଗ ମିଳିନଥିଲା। ପ୍ରସିଦ୍ଧ କୃଷ୍ଣ ଓ ମହମ୍ମଦ ସିରାଜଙ୍କ ସହ ଅତିରିକ୍ତ ପେସ୍ ବୋଲର ଭାବେ ଗୁର୍ନୂର ବ୍ରାରଙ୍କୁ ସୁଯୋଗ ମିଳିଥିବା ବେଳେ ନବିଙ୍କୁ ସୁଯୋଗ ମିଳିନାହିଁ। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞମାନେ ମନୋନୟନକାରୀଙ୍କୁ ସମାଲୋଚନା କରିଥିଲେ। ବିିଭିନ୍ନ ସ୍ତରରେ ସମାଲୋଚନା ପରେ ବିସିସିଆଇ ନବିଙ୍କୁ ଭାରତୀୟ ଦଳର ନେଟ ବୋଲର ଭାବେ ସାମିଲ କରିଛି।