ଆଜିଠୁ ଆରମ୍ଭ ହେଉଛି ଜାତୀୟ ଆଦିବାସୀ ମହୋତ୍ସବ
ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଆଦିବାସୀ ମହୋତ୍ସବ । ଏହା ନଭେମ୍ବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ । ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହେବ । ସା-ପରିଚୟ ଫାଉଣ୍ଡେସନ୍ ତରଫରୁ ଆୟୋଜିତ ଏହି ସ୍ୱାବଲମ୍ବନ ଆଦିବାସୀ ମେଳାରେ ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ୧୧ଟି ଜିଲ୍ଲାରୁ ବିଭିନ୍ନ ଜନଜାତି ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।
ଏହି ମହୋତ୍ସବରେ ଆଦିବାସୀ କଳା, ସଂସ୍କୃତି, ଖାଦ୍ୟ, ହସ୍ତଶିଳ୍ପ, ଗହଣା ଓ ବୟନ ଶିଳ୍ପ ପ୍ରଭୃତିକୁ ପ୍ରାଧାନ୍ୟ ଦିଆଯିବା ସହ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ଚିତ୍ତାକର୍ଷକ କାର୍ୟ୍ୟକ୍ରମ ପ୍ରତିଦିନ ସନ୍ଧ୍ୟାରେ ଆୟୋଜନ ହେବ । ଏହି ଅବସରରେ ଏକ ସ୍ୱତନ୍ତ୍ର ଆଦିବାସୀ ଫଟୋ ପ୍ରଦର୍ଶନୀ ଓ ଆଦିବାସୀ ଚିତ୍ର କର୍ମଶାଳାର ଆୟୋଜନ କରାଯିବ । ମହୋତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ଆଦିବାସୀ କଳାକାର ଓ ପ୍ରତିଭାମାନଙ୍କୁ ବିଶେଷ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ।