ନୟାଗଡ଼ ଅଜିତ ସାହୁ ହତ୍ୟା ମାମଲା, ଆଜି ୪ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ

0

ନୟାଗଡ଼: ନୟାଗଡ଼ ଅଜିତ ସାହୁ ହତ୍ୟା ମାମଲା । ଆଜି ୪ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ । କେମିତି ଓ କାହିଁକି ହତ୍ୟା କରିଥିଲେ, ତାହାର ଡେମୋ ଦେଖାଇବେ ଅଭିଯୁକ୍ତ । ହତ୍ୟା କରିବା ପରେ ୧୨ ଘଣ୍ଟା ଭିତରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ଗତକାଲି ଚୋରା ମାଙ୍କଡା ପଥରରୁ ଦାଦାବଟି ମାଗିବାରୁ ଗଡ଼ିଥିଲା ମୁଣ୍ଡ । ରବିବାର ରାତିରେ ଓଡଗାଁ ଥାନା କଦଳୀବନ୍ଧ ନିକଟରେ ମାଙ୍କଡା ପଥର ଚାଲାଣ ହେଉଥିଲା । ସେହି ମାଙ୍କଡା ପଥର ଗାଡିକୁ ଓଡଗାଁ ଥାନା ଅଂଚଳ ର ଅଜିତ ସାହୁ ଓ ସନ୍ତୋଷ ପ୍ରଧାନ ଅଟକାଇ ଥିଲେ। ଖଣି ମାଲିକ କୁ ଦାଦା ବଟି ମାଗିଥିଲେ। ତାହାକୁ ନେଇ ୨ ଯୁବକ ଙ୍କ ମଧ୍ୟରେ ବଚସା ହୋଇଥିଲା । ମାଡ଼ ପିଟି ମଧ୍ୟ ହୋଇଥିଲା । ଏଥିରେ ରାଗି ଯାଇ ଖଣି ମାଲିକ ସହଯୋଗୀ ୫ ରୁ ୭ ଜଣ ଆସି ୨ ଯୁବକ କୁ ମାରଣାଅସ୍ତ୍ର ରେ ଆକ୍ରମଣ କରିଥିଲେ । ସନ୍ତୋଷ ଖସି ପଳାଇ ଯାଇଥିବା ବେଳେ ଅଜିତ କୁ ଆକ୍ରମଣ କରିଥିଲେ ।

ଅଜିତର ୨ ହାତ କାଟିଦେବା ସହ ଦେହର ବିଭିନ୍ନ ସ୍ଥାନକୁ କ୍ଷତ କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡର ସ୍ଥାନ ବୁଲି ଦେଖିଥିଲେ ନୟାଗଡ ଏସପି ଓ ପୂର୍ବାଞ୍ଚଳ IG । ପୋଲିସ ଏହି ହତ୍ୟାକାଣ୍ଡ ରେ ସମ୍ପୂକ୍ତି ଦର୍ଶାଇ ୪ ଜଣଙ୍କୁ ଗିରଫ କରିଛି । ଆଜି ୪ ଜଣଙ୍କୁ ନେଇ ହତ୍ୟାକାଣ୍ଡ ସ୍ଥାନକୁ ନିଆଯିବ। କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ଖୋଜା ଚାଲିଛି।

 

Leave A Reply

Your email address will not be published.