ଶିକ୍ଷାନୁଷ୍ଠାନ ନିକଟରେ ଦୋକାନରେ ମିଳିବନି ନିଶା ଦ୍ରବ୍ୟ, ସ୍ପେଶାଲ କ୍ରାଇମ ୟୁନିଟ୍‌ର ରେଡ୍

0

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ନିକଟରେ ନିଶାକୁ ନା । ନିଶା ବେପାରୀଙ୍କ ଉପରେ ରାଜଧାନୀରେ ସ୍ପେଶାଲ କ୍ରାଇମ ୟୁନିଟର ରେଡ୍ । ଭୁବନେଶ୍ବରର ବିଭିନ୍ନ ସ୍କୁଲ ଓ କଲେଜ ନିକଟରେ ଥିବା ଦୋକାନ ଗୁଡିକରେ ଅଚାନକ ଚଢାଉ କରାଯାଇଛି । ନିଶା ବିକ୍ରିକୁ ରୋକିବା ଏବଂ ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ପାଇଁ ସ୍ପେଶାଲ୍ କ୍ରାଇମ ୟୁନିଟ୍ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି ।

ଅଚାନକ ଦୋକାନ ଉପରେ ଡଗ୍ ସ୍କାଡ୍ ସହ ସ୍ପେଶାଲ କ୍ରାଇମ ୟୁନିଟର ରେଡ୍ । ଅତିରିକ୍ତ ଡିସିପି ସ୍ୱରାଜ ଦେବତାଙ୍କ ନେତୃତ୍ୱରେ ଇନ୍ଫୋସିଟି ଥାନା ଅଞ୍ଚଳରେ ରେଡ୍ । ଶିକ୍ଷାନୁଷ୍ଠାନ ନିକଟରେ ଥିବା ବିଭିନ୍ନ ଦୋକାନରେ ଚାଲିଛି ଅଚାନକ ଚଢ଼ାଉ । ପିଲାଙ୍କ ଭବିଷ୍ୟତ ସହ ଖେଳିଲେ ଛାଡ଼ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ ବିକ୍ରି କଲେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ଆଗକୁ ମଧ୍ୟ ଏଭଳି ଅଚାନକ ଯାଞ୍ଚ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଯଦି ଚଢ଼ାଉ ସମୟରେ ନିଶା ସାମଗ୍ରୀ ମିଳେ, ତେବେ ଦୋକାନୀ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । କେବଳ ଚଢ଼ାଉ ନୁହେଁ, ଆଗକୁ ମଧ୍ୟ ଏଭଳି ଅଚାନକ ଯାଞ୍ଚ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ନିଶା ବିକ୍ରେତାଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରଖିବା ପୋଲିସର ମୁଖ୍ୟ ଲକ୍ଷ୍ୟ ଆଉ ଏହି ଅଭିଯାନ ନିଶା କାରବାରୀଙ୍କ ଉପରେ କେତେ ପ୍ରଭାବ ପକାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave A Reply

Your email address will not be published.