ଏବେ ନିଶି ଙ୍କ ପାଇଁ ଶ୍ରଦ୍ଧା ଜରୁରୀ
ଆଉ ଜଣେ ନୂଆ ନାୟକ ନିଶି ବିଗ୍ ବଜେଟ୍ ର ମ୍ୟୁଜିକ ଆଲବମ୍ କରି ଚର୍ଚ୍ଚାରେ, ଶ୍ରଦ୍ଧା ଙ୍କ ସହ ,”ତୁ ମୋର ଜରୁରୀ”, ତରଙ୍ଗ ମ୍ୟୁଜିକ ର “କାଉ ଧାନ ଖାଇଲା ବୋଲି”, ସିଦ୍ଧାର୍ଥ ଟିଭି ର” ସୋନି ଲୋ ହ୍ବାଟସପ୍ ତୋର”, “ପରୀ ରାଇଜର ରାଜ କୁମାରୀ” ଆହୁରି ଅନେକ କିଛି ମ୍ୟୁଜିକ ଭିଡିଓ କରି ଚର୍ଚ୍ଚାରେ ନିଶି, ସେ ସବୁବେଳେ କ୍ୟାଲିଟି ରେ ବିଶ୍ବାସ କରନ୍ତି, ନୂଆ ଓଡିଆ ସିନେମା ଭୂମିକା ଦାସ ଅଭିନୀତ “ଚକ୍ଷୁ ବନ୍ଧନ” ରେ ଅତିଥି କଳାକାର ଭାବେ ନଜର ଆସିବେ ନିଶି।
ଆଗକୁ ନୂଆ କିଛି ସିନେମା ର ଅଫର୍ ରହିଛି ଆଉ ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି, ସୋର ଖଇରା ରେ ଜନ୍ମିତ ନିଶି ଙ୍କ ବାପା ବଳରାମ ଜେନା ଜଣେ ସରକାରୀ ଶିକ୍ଷକ ହୋଇଥିବା ବେଳେ ନିଶି କିନ୍ତୁ ସିନେମା ଦୁନିଆ ରେ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରିବା ପାଇଁ ଇଛୁକ ବୋଲି କୁହନ୍ତି ।