ବାସୁଦେବପୁର: MY Bharat Bhadrak ପକ୍ଷରୁ ବାସୁଦେବପୁର ସ୍ଥିତ ହନୁମାନ ବାଟିକା ଠାରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। ୨୫ରୁ ଊର୍ଦ୍ଧ୍ୱ ଯୁବକ ଓ ଯୁବତୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଥିଲା।
ଏହି ଅଭିଯାନରେ ଯୁବ ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ହନୁମାନ ବାଟିକା ପରିସରକୁ ସଫାସୁତୁରା କରିବା ସହ ଆବର୍ଜନା ସଫା କରିଥିଲେ। ଏଥିସହିତ ସାର୍ବଜନୀନ ସ୍ଥାନରେ ସ୍ୱଚ୍ଛତା ବଜାୟ ରଖିବା, ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଏବଂ ଆବର୍ଜନାକୁ ଏଣେତେଣେ ନ ପକାଇବା ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
ଯୁବଶକ୍ତି ହେଉଛି ଦେଶର ପ୍ରକୃତ ଶକ୍ତି। ଯୁବପିଢ଼ିଙ୍କ ସକ୍ରିୟ ସହଯୋଗ ଓ ସାମୂହିକ ପ୍ରୟାସ ଦ୍ୱାରା ଏକ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ସମାଜ ଗଠନ ସମ୍ଭବ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ସ୍ୱଚ୍ଛତାକୁ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ଭାବେ ନୁହେଁ, ବରଂ ଏହାକୁ ନିଜ ଜୀବନର ଏକ ଅଭ୍ୟାସ ଭାବେ ଗ୍ରହଣ କରିବାକୁ ସମସ୍ତ ଯୁବ ସ୍ୱେଚ୍ଛାସେବୀ ଆହ୍ୱାନ ଦେଇଥିଲେ।