ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା: ରତ୍ନଗିରିରେ ଏକ ସନ୍ଦିଗ୍ଧ ଡଙ୍ଗାରୁ ଏକେ-୪୭ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

0

ମୁମ୍ବାଇ(ଆମ ଟିଭି): ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା। ରତ୍ନଗିରିରେ ଏକ ସନ୍ଦିଗ୍ଧ ଡଙ୍ଗାରୁ ଏକେ-୪୭ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ । ସାଧାରଣ ଭାବେ ଏହି ଅଞ୍ଚଳରୁ ପାକିସ୍ତାନ ଡଙ୍ଗା ମିଳିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ଏହା ପାକିସ୍ତାନୀ ଡଙ୍ଗା ନା ଅନ୍ୟ କିଛି । ଡଙ୍ଗାରୁ ଏକେ-୪୭ ରାଇଫଲ ମିଳିଥିବା ଜଣାପଡିଛି । ପୋଲିସ ସମେତ ଅନ୍ୟ ଯାଞ୍ଚ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଏଥିରେ କୌଣସି ଲୋକ ନଥିବା ବେଳେ କେବଳ ଏକେ-୪୭ ରାଇଫଲ ରହିଛି । ସମୁଦ୍ର ଲହଡିରେ ଏହା ଭାସିଭାସି କୂଳରେ ଲାଗିଛି । ସେହିଭଳି ଅନେକ ଅଚଳ ହତିଆର ମଧ୍ୟ ସେଠାରୁ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଇଞ୍ଜିନ ଖରାପ ଥିବା ଡଙ୍ଗାଟି ମୁମ୍ବାଇ ଠାରୁ ୧୯୦ କିମି ଦୂର ରାଇଗଡ଼ର ହରିହରେଶ୍ୱର ସମୁଦ୍ରକୂଳରୁ ମିଳିଛି। କିଛି ସ୍ଥାନୀୟ ଲୋକ ଡଙ୍ଗାଟି ସମୁଦ୍ରରେ ଭାସୁଥିବାରୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ କର୍ମଚାରୀମାନେ ଡଙ୍ଗାକୁ ପାଣିରୁ ଆଣି ଯାଞ୍ଚ କରିବା ପରେ ଏହା ମଧ୍ୟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଏହାପରେ ପୂରା ରାଇଗଡ଼ରେ ଆତଙ୍କୀ ହମଲା ଆଶଙ୍କାରେ ହାଇଆଲର୍ଟ ଜାରି କରାଯାଇଛି। ଜବତ ଡଙ୍ଗାର ନାଁ ଲେଡି ହାନ। ଏହାର ମାଲିକାର ଅଷ୍ଟ୍ରେଲିଆର ହାନା ଲାଉଣ୍ଡେରଗନଙ୍କ ନାଁରେ ରହିଛି। ତାଙ୍କ ସ୍ୱାମୀ ଜେମ୍ସ ହାର୍ବଟ ଏହି ଡଙ୍ଗାର କ୍ୟାପ୍ଟେନ। ୧୬ ମିଟର ଲମ୍ବ ଡଙ୍ଗାଟି ମସ୍କଟ ଦେଇ ୟୁରୋପ ଯିବାର ଥିଲା। କିନ୍ତୁ ଜୁନ୍‌ ୨୬ରେ ଇଞ୍ଜିନରେ ସମସ୍ୟା ଦେଖାଦେଇଥିଲେ। ଉଦ୍ଧାରକାରୀ ଦଳ ଏଥିରେ ଥିବା ଲୋକଙ୍କୁ ସେଦିନ ଦିନ ୧ଟା ବେଳେ ସମୁଦ୍ରରୁ ଉଦ୍ଧାର କରିଥିଲେ। ହେଲେ ଡଙ୍ଗାଟିକୁ କୂଳକୁ ନିଆଯାଇ ପାରି ନଥିଲା। ଉଚ୍ଚ ଜୁଆର ଯୋଗୁ ଏହା ଗଭୀର ସମୁଦ୍ର ମଧ୍ୟକୁ ଭାସିଯାଇଥିଲା। ଶେଷରେ ଆଜି ଏହାକୁ ରାଇଗଡ଼ର ହରିହରେଶ୍ୱର ସମୁଦ୍ର କୂଳରୁ ଠାବ କରାଯାଇଥିବା କୁହାଯାଉଛି।

କିନ୍ତୁ ଡଙ୍ଗାରେ ଅସ୍ତ୍ରଶସ୍ତ୍ର କାହିଁକି ରହିଥିଲା ଓ ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟରେ କେତେ ସତ୍ୟତା ରହିଛି, ସେକଥା ଏଯାଏ ସ୍ପଷ୍ଟ ହୋଇନି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତଟରକ୍ଷୀ ବାହିନୀ ଓ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ରାଇଗଡ଼ ବିଧାୟକ ଆଦିତି ଟାଟକେର ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଏପରି ଅସ୍ତ୍ରଶସ୍ତ୍ର ମିଳିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

Leave A Reply

Your email address will not be published.