ଦିଲ୍ଲୀରୁ ସିମଲା ସିଫ୍ଟ ହେଲା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ୧୭୫ ବର୍ଷ ପୁରୁଣା ଘରେ ରହିବେ ରାଷ୍ଟ୍ରପତି

0

ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ ଏଥିପାଇଁ ହିମାଚଳ ସରକାର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି । ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥାନ କେବଳ ସିମଲା ଏବଂ ହାଇଦ୍ରାବାଦରେ ରହିଛି ।

ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ୬ ଦିବସୀୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭବନର ସମସ୍ତ ଜରୁରୀ ଫାଇଲ ଦିଲ୍ଲୀରୁ ସିମଲାକୁ ଅଣାଯାଇଛି । ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମରୁ ସିମଲାରୁ ହେବ ।

ଦେଶରେ କେବଳ ୩ଟି ରାଷ୍ଟ୍ରପତି ନିବାସ ରହିଛି । ସେଥିମଧ୍ୟରୁ ସବୁଠାରୁ ପୁରୁଣା ସିମଲାର ମଶୋବରାରେ ରହିଛି । ଏହା ସିମଲା ଠାରୁ ୧୨ କିମି ଦୂର ଶାନ୍ତ ସୁରମ୍ୟ ପାହାଡରେ ରହିଛି । ରାଷ୍ଟ୍ରପତି ନିବାସ ୧୭୫ ବର୍ଷ ପୁରୁଣା । ଏହାର ନିର୍ମାଣଶୈଳୀ ମାଟି ଏବଂ କାଠରେ ହୋଇଛି । ଏହାର ନିର୍ମାଣ ଏମିତି ହୋଇଛି ଯେ, ଏହି ଘର ଉପରେ ଭୂକମ୍ପର ପ୍ରଭାବ ମଧ୍ୟ ପଡିବ ନାହିଁ ।

ଦେଶର ରାଷ୍ଟ୍ରପତି ମଶୋବରା ସ୍ଥିତ ଅଫିସିଆଲ ନିବାସ ବହୁତ ଆକର୍ଷଣୀୟ । ଏଠାରେ ସୁନ୍ଦର ସେଓ ବଗିଚା ରହିଛି । ଏହି ବଗିଚାରେ ୩୦୦ରୁ ଅଧିକ ସେଓ ଗଛ ରହିଛି । ଏଠାରେ ସୁନ୍ଦର ଟୁଲିପ ଗାର୍ଡେନ ରହିଛି । ୩ ବର୍ଷ ପୂର୍ବେ ଏପ୍ରିଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁଲିପ ଗାର୍ଡେର ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.