ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ (ଆମ ଟିଭି): ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏକ ଗଣମାଧ୍ୟମକୁ ମୋଦି ସାକ୍ଷାତକାର ଦେଇ ଓଡ଼ିଶା ରାଜନୀତି ବିଷୟରେ ଅନେକ କିଛି ଖୁଲାସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ନେଇ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ସମ୍ପର୍କ ନୁହେଁ ଓଡ଼ିଶାର ଭବିଷ୍ୟତ ଆଗ। ସବୁ ରାଜନୈତିକ ନେତାଙ୍କ ସହ ମୋ ସମ୍ପର୍କ ରହିଛି। ମୋ ପାଇଁ ପ୍ରଶ୍ନ ଥିଲା ସମ୍ପର୍କକୁ ଭଲ ରଖିବି, ନାଁ ଓଡ଼ିଶାର ଭାଗ୍ୟ କଥା ଚିନ୍ତା କରିବି। ଉଜ୍ବଳ ଭବିଷ୍ୟତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ରାସ୍ତା ବାଛିଲି।

ଏଥି ପାଇଁ ଯଦି ମୋ ସମ୍ପର୍କକୁ ବଳି ଚଢ଼ାଇବାକୁ ପଡ଼େ, ମୁଁ ପ୍ରସ୍ତୁତ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି। ସବୁଠୁ ଚିନ୍ତାର ବିଷୟ, ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ଓଡ଼ିଶା ସେହି ବନ୍ଧନରୁ ବାହାରିଲେ ସମୃଦ୍ଧ ହେବ ମୋଦି କହିଛନ୍ତି।

ମୋଦି ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, କିନ୍ତୁ ଲୋକେ ଗରିବ। ଏଥିପାଇଁ ରାଜ୍ୟ ସରକାର ଦାୟୀ, ଲୋକଙ୍କୁ ନ୍ୟାୟ ମିଳୁନି। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛ। ଜୁନ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ତାରିଖ। ଜୁନ ୧୦ରେ ଓଡ଼ିଶାରେ ଭାଜପା ମୁଖ୍ୟମନ୍ତ୍ରୀ ଶପଥ ନେବେ।

Leave A Reply

Your email address will not be published.