ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାମିଲନାଡ଼ୁର ଉଟିରେ ଏକ ଚକ୍ଲେଟ ତିଆରି କାରଖାନା ଗସ୍ତ କରି ସେଠାରେ ଚକ୍ଲେଟ ତିଆରି କରିଛନ୍ତି ଏବଂ ଏହାର ଭିଡିଓ ସେୟାର କରିଛନ୍ତି। ରାହୁଲ ଗାନ୍ଧି କାରଖାନାରେ କାର୍ୟ୍ୟରତ କର୍ମଚାରୀଙ୍କ ସହ ଜିଏସ୍ଟି, କାରବାରର ଭବିଷ୍ୟତ ଆଦି ସଂପର୍କରେ ଆଲୋଚନା କରିଛନ୍ତି।
ମଧ୍ୟମ ଓ କ୍ଷୁଦ୍ର ଶିଳ୍ପରେ ମହିଳାମାନଙ୍କର ବହୁତ ବଡ଼ ଭୂମିକା ରହିଛି ଏବଂ ୭୦ ଜଣ ମହିଳାଙ୍କୁ ନେଇ ଚାଲିଥିବା ଏହି ଚକ୍ଲେଟ କାରଖାନା ଏହାର ଉଲ୍ଲେଖନୀୟ ଉଦାହରଣ ବୋଲି ରାହୁଲ କହିଛନ୍ତି।