ରାମେଶ୍ୱର ମନ୍ଦିରରୁ ଖସିଲା ଦଧିନଉତି 

0

ଭୁବନେଶ୍ୱର: ଘଡ଼ଘଡ଼ି ଓ ବିଜୁଳି ମାରିବାରୁ ରାଜଧାନୀର ମାଉସୀ ମା ଛକରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ୬୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦ଟା ୧୦ ମିନିଟ ସମୟରେ ରାମେଶ୍ୱର ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏନେଇ ଭୟଭୀତ ହୋଇ ଯାଇଥିବା ବେଳେ ପରେ ଟେକ୍ନିକାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି। ବର୍ଷା ଛାଡ଼ିବା ପରେ ମନ୍ଦିରର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।

Leave A Reply

Your email address will not be published.