ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ

0

ଭୁବନେଶ୍ୱର: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍‌ ଅଫସିର ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଥିବା ଶ୍ରୀ ସ୍ୱାଇଁ ନଭେମ୍ବର ୧ରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ।

ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମରୀ ପୁଲିସ୍‌ ମହାନିର୍ଦ୍ଦେଶ ଭାବେ କାର୍ୟ୍ୟ କରୁଥିବା ଦିଲବାଗ ସିଂହ ଅବସର ନେବେ। ତାଙ୍କ ସ୍ଥାନରେ ଶ୍ରୀ ସ୍ୱାଇଁ କାମ ଆରମ୍ଭ କରିବେ। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିବୃତିରେ କୁହାଯାଇଛି ଯେ ୧୯୯୧ ବ୍ୟାଚ୍‌ର ଆଇପିଏସ୍‌ ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ-କଶ୍ମୀର ପୁଲିସ୍‌ର ମହାନିର୍ଦ୍ଦେଶ ପଦର ଇନଚାର୍ଜ ଭାବେ କାମ କରିବେ। ବର୍ତ୍ତମାନ ସେ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଛନ୍ତି। ଅତିରିକ୍ତ ଭାବେ ସେ ପୁଲିସ୍‌ ମୁଖ୍ୟ ଦାୟିତ୍ୱରେ ମଧ୍ୟ ରହିବେ। ତାଙ୍କ କାର୍ୟ୍ୟକାଳ ୧ ତାରିଖରୁ ଆରମ୍ଭ ହେବ। ସେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଦୁଇଟି ଯାକ ପଦରେ କାର୍ୟ୍ୟ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.