ବିରୋଧୀଙ୍କୁ ଡରାଉଛି ବିଜେପି , ଖାର୍ଗେ

0

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ମିଜୋରାମ ଏବଂ ରାଜସ୍ଥାନରେ ଏନେଇ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି । ଏହି ସମୟରେ ରାଜସ୍ଥାନରେ ହୋଇଥିବା ଇଡି ଚଢ଼ାଉକୁ ନେଇ ବିବାଦ ତୀବ୍ର ହୋଇଛି। ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।

ଏନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହି କାର୍ଯ୍ୟର ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ଏହି ଚଢ଼ାଉକୁ ଭୟ କରିବ ନାହିଁ। ଦିନେ ଭାଜପାକୁ ମଧ୍ୟ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡିବ। ବିରୋଧୀ ଦଳଙ୍କୁ ଭାଜପା ଭୟଭୀତ କରୁଛି। ଦିନେ ଏହାର ଫଳ
ଭାଜପାକୁ ମଧ୍ୟ ଭୋଗିବାକୁ ପଡ଼ିବ ।

ଆମେ ୫୦ବର୍ଷ ଧରି ରାଜନୀତି କରିଆସୁଛୁ କିନ୍ତୁ ନିର୍ବାଚନ ସମୟରେ ଇଡି କିମ୍ବା ସିବିଆଇ ଦ୍ୱାରା କୌଣସି ଚଢ଼ାଉ ଦେଶରେ ହେଉ ନ ଥିଲା॥ କିନ୍ତୁ ଆଜି ଏହା ଘଟୁଛି କାରଣ ଭାଜପା ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଲୋକପ୍ରିୟତାକୁ ଚିନ୍ତାରେ ପଡ଼ିଛି।

ଅନୁସନ୍ଧାନକାରୀ ଏଜେନ୍ସି ମାଧ୍ୟମରେ କେନ୍ଦ୍ର ସରକାର ଦେଶରେ ଆତଙ୍କ ସୃଷ୍ଟି କରିଛନ୍ତି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

Leave A Reply

Your email address will not be published.