ଖାନ୍ ସାରଙ୍କ ନାଁରେ ୨ କୋଟିର ମାନହାନି ମକଦ୍ଦମା, ରୁଜୁ କଲେ ବିଶିଷ୍ଟ ସାମ୍ବାଦିକ ଅଞ୍ଜନା ଓମ୍ କଶ୍ୟପ

0

ଏବେ ସାରା ଦେଶରେ ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ଜଣାଶୁଣା ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପଙ୍କ ମକଦ୍ଦମା । ଜଣାଶୁଣା ବରିଷ୍ଠ ସାମ୍ବାଦିକା ଅଞ୍ଜନା ଓମ୍ କଶ୍ୟପ୍ ଏବଂ ଟିଭି ଟୁଡେ ନେଟୱର୍କ (ଆଜ୍ ତକ୍ ) ପକ୍ଷରୁ ଲୋକପ୍ରିୟ ୟୁଟ୍ୟୁବର ତଥା ଶିକ୍ଷକ ‘ଖାନ୍ ସାର୍’ ଓରଫ ଫୈଜଲ୍ ଖାନ୍, ଅଭିନୟ ଶର୍ମା ଓରଫ ଅଭିନୟ ମ୍ୟାଥ୍ ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ୨ କୋଟି ଟଙ୍କାର ମାନହାନି ମାମଲା ଦାୟର କରାଯାଇଛି। ଆସନ୍ତାକାଲି କାଲି ଅର୍ଥାତ୍ ଜୁନ୍ ୮ ସୋମବାର ଦିନ କୋର୍ଟରେ ଏହି ମାମଲାର ଶୁଣାଣି ହେବ।

କିଛି ଦିନ ତଳେ ‘ଆଜ୍ ତକ୍ ‘ର ଏକ ଟିଭି ଡିବେଟ୍ ଶୋ’ରେ ଅଞ୍ଜନା ଓମ୍ କଶ୍ୟପ୍ ଅନ୍ ଲାଇନ୍ ଏଜୁକେଟର୍ସ ବା “ଷ୍ଟାର୍ ଶିକ୍ଷକ”ମାନଙ୍କୁ କଡ଼ା ସମାଲୋଚନା କରିଥିଲେ। NEET ୨୦୨୬ ପ୍ରଶ୍ନପତ୍ର ଲିକ୍, ସିବିଏସଇ ରେଜଲ୍ଟ ଏବଂ ବିଭିନ୍ନ ଶିକ୍ଷା ଦୁର୍ନୀତି ଉପରେ ଏହି ଶିକ୍ଷକମାନେ ରଖୁଥିବା ମତାମତକୁ ନେଇ ସେ ପ୍ରଶ୍ନ ଉଠାଇ ଥିଲେ।

ଏପରିକି ସେ ଏହି ଶିକ୍ଷକମାନଙ୍କ ପାଇଁ କିଛି କଟୁ ଶବ୍ଦ (ଯେପରିକି ‘ଦୋ କଉଡି କେ ଟିଚର୍ସ’) ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଖାନ୍ ସାର୍ ଏବଂ ଅନ୍ୟାନ୍ୟ ୟୁଟ୍ୟୁବ୍ ଶିକ୍ଷକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗରିବ ଏବଂ ମଫସଲ ଅଞ୍ଚଳର ପିଲାମାନଙ୍କୁ ଶସ୍ତାରେ ଗୁଣାତ୍ମକ ଶିକ୍ଷା ଦେବାରେ ଡିଜିଟାଲ୍ ପ୍ଲାଟଫର୍ମର ଭୂମିକାକୁ ସେମାନେ ଦୃଢ଼ ଭାବେ ଉପସ୍ଥାପନ କରିଥିଲେ।

ପିଟିସନରେ ଦର୍ଶାଯାଇଛି ଯେ, ଖାନ୍ ସାର୍ ଏବଂ ଅନ୍ୟ ଶିକ୍ଷକମାନେ ନିଜ ଭିଡିଓରେ ଅଞ୍ଜନା ଓମ୍ କଶ୍ୟପ୍ ଓ ମେନ୍ ଷ୍ଟ୍ରିମ୍ ମିଡିଆ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। ସେମାନେ ସାମ୍ବାଦିକାଙ୍କୁ ‘ବିକାଉ ପତ୍ରକାର’ ବା ବିକ୍ରି ହୋଇଥିବା ସାମ୍ବାଦକ, ‘ଚାଟୁକାର”, “ଦଲାଲି” “ଫେକ୍ ନ୍ୟୁଜ୍ ଦୁକାନ”, ଗୋଦି ମିଡିଆ ଭଳି ଶବ୍ଦ ପ୍ରୟୋଗ କରି ମିଡିଆର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ଥିଲେ। ଏହି ଭିଡିଓ ଏବଂ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ସେମାନଙ୍କର ସାମାଜିକ ପ୍ରତିଷ୍ଠା ଓ ସମ୍ମାନରେ ଗଭୀର ଆଘାତ ଲାଗିଥିବା ଆବେଦନକାରୀ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଅଞ୍ଜନା ଏବଂ ଇଣ୍ଡିଆ ଟୁଡେ ଗ୍ରୁପ୍ ଖାନ୍ ସାର ସମେତ ଅନ୍ୟମାନଙ୍କ ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି । ଏହାପରେ ମାମଲାଟି ଆହୁରି ଚର୍ଚ୍ଚିତ ହୋଇ ପଡ଼ିଛି ।

Leave A Reply

Your email address will not be published.