ପାକିସ୍ତାନରେ ମର୍ନିଂ ଓ୍ବାକ୍‌ କଲେ ଏସ ଜୟଶଙ୍କର

0

ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ (ଏସ୍‌ସିଓ)ରେ ଯୋଗଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜିକାଲି ପାକିସ୍ତାନ ଗସ୍ତରେ ଅଛନ୍ତି। ବିଭିନ୍ନ ଦେଶର ପ୍ରତିନିଧୀଙ୍କ ସହ ସରକାରୀ ବୈଠକ ବ୍ୟତୀତ ଜୟଶଙ୍କର ସେଠାରେ ତାଙ୍କର ଖାଲି ସମୟ ଉପଭୋଗ କରୁଛନ୍ତି।

ବୁଧବାର ସକାଳେ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପାକିସ୍ତାନ ଗସ୍ତର ଫଟୋ ଶେୟାର କରି ଲେଖିଛନ୍ତି, ଆମ ହାଇ କମିଶନ ପରିସରରେ ଭାରତ-ପାକିସ୍ତାନ ଦଳର ସହକର୍ମୀଙ୍କ ସହ ମର୍ନିଂ ଓ୍ବାକ୍‌।

ଏସ୍‌ସିଓ ସମ୍ମିଳନୀ ୨୦୨୪ର ଦ୍ୱିତୀୟ ଦିନରେ ଅର୍ଥାତ୍‌ ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଷରିଫ ପାକିସ୍ତାନର ଜିନ୍ନା ସମ୍ମିଳନୀ କେନ୍ଦ୍ରରେ ସ୍ବାଗତ ଭାଷଣ ପ୍ରଦାନ କରିବେ ଏବଂ ପ୍ରତ୍ୟେକ ନେତାଙ୍କୁ ସ୍ବାଗତ କରିବେ।

ଏହି ସମ୍ମିଳନୀରେ ଭାରତ, ଚାଇନା, ରୁଷିଆ, ବେଲାଋଷ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିନିଧୀମାନେ ଅଂଶଗ୍ରହଣ କରିଛନ୍ତି।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ଆଜିର ଅଧିବେଶନରେ ହୋଇଥିବା ଆଲୋଚନାରେ ଆର୍ଥିକ ସହଯୋଗ, ବାଣିଜ୍ୟ, ପରିବେଶ ସମସ୍ୟା ଏବଂ ସାମାଜିକ-ସାଂସ୍କୃତିକ ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯିବ। ଆଶା କରାଯାଉଛି ଯେ, ନେତାମାନେ ଏସସିଓ ସଦସ୍ୟଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ତଥା ସଂଗଠନର ବଜେଟକୁ ଅନୁମୋଦନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।

Leave A Reply

Your email address will not be published.