ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ

0

ଭୁବନେଶ୍ୱର(ଆମ ଟିଭି): ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସେଥିପାଇଁ ୧୮ରେ ନାମାଙ୍କନ ଦାଖଲ ହେବ । ବାଚସ୍ପତି ଦୌଡରେ ଦେବୀ ମିଶ୍ର, ପ୍ରଫୁଲ ସାମଲ, ଅମର ଶତପଥୀ, ନୃସିଂହ ସାହୁ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାକୁ ବିଜେଡି ବାଚସ୍ପତି କରିବ ତାକୁ ନେଇ ଏବେ ସ୍ପଷ୍ଟ ହୋଇ ପାରିନାହିଁ । ବାଚସ୍ପତି ନିର୍ବାଚନ ପରେ ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଆସନ୍ତା ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ ।

ଅକ୍ଟୋବର ୩ ତାରିଖରେ ଅତିରିକ୍ତ ବଜେଟ ଆସିବ ବୋଲି ସୂଚନା ରହିଛି । ନିର୍ବାଚନ ଆଗକୁ ରହିଥିବାରୁ ଅତିରିକ୍ତ ବଜେଟରେ ବିଜେଡି ବଡ଼ ଘୋଷଣା କରିପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.