ବ୍ରହ୍ମଗିରି : ଚିଲିକାରେ କଡ଼ା ସୁରକ୍ଷା ନିୟମ । ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ। ମଧ୍ୟପ୍ରଦେଶରେ କ୍ରୁଜ ବୁଡ଼ି ଘଟଣା ପରେ ସମଗ୍ର ଚିଲିକାରେ ଲାଗିଛି କଟକଣା । ବିନା ଲାଇଫ ଜ୍ୟାକେଟରେ ଡ଼ଙ୍ଗା ନେବାକୁ ମନାକରାଯାଇଛି କିନ୍ତୁ କେହି ନିୟମ ମାନୁନାହାନ୍ତି । ଚିଲିକାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି । ଉଭୟ ଯାତ୍ରୀବାହୀ ଡ଼ଙ୍ଗା ଏବଂ ଭସାପୋଲରେ ଯାଉଥିବା ଯାତ୍ରୀଙ୍କ ପାଇଁ ଲାଇଫ ଜ୍ୟାକେଟ ଓ ଲାଇଫ ଗାର୍ଡକୁ ବାଧ୍ୟତାମୂଳକ କରିଛି । ଏ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଚିଲିକା ସାତପଡ଼ାର ସମସ୍ତ ଡ଼ଙ୍ଗା ମାଲିକଙ୍କୁ ଚିଠି କରିଛି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ବେଖାତିର କରାଯାଇଛି ।
ଅନ୍ୟପଟେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେବା ପରେ ମଧ୍ୟ କଟକଣା ଲଗାଇଛ ପ୍ରଶାସନ । ଏବେ ଅଧିକାଂଶ ସମୟରେ କାଳ ବୈଶାଖୀ ହେଉଥିବାରୁ ଚିଲିକା ମଝିରେ ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି କଡ଼ା ନିୟମ କରାଯାଇଛି ଏବଂ ପଞ୍ଜିକରଣର ସମସ୍ତ ନିୟମକୁ ମାନିବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି କିନ୍ତୁ ଚିଠି ପରେ ବି ଯାତ୍ରୀ ବାହି ଡ଼ଙ୍ଗା ଏବଂ ଭସାପୋଲରେ ଯାତ୍ରୀଙ୍କୁ ଦିଆଯାଉନାହିଁ ଲାଇଫ ଜ୍ୟାକେଟ ।