ସରିଲା ପିଲାଙ୍କ ଖରାଛୁଟି, ୧୮ରୁ ଖୋଲିବ ସ୍କୁଲ

0

ଭୁବନେଶ୍ୱର : ସରିଲା ପିଲାଙ୍କ ଖରାଛୁଟି । ଖୁବଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି । ଆସନ୍ତା ଜୁନ୧୮ରୁ ଖୋଲିବ ସ୍କୁଲ। ରାଜ୍ୟରେ ଏବେ ଗ୍ରୀଷ୍ମ ଛୁଟି ଅବଧି ବଢ଼ିବ ନାହିଁ ସୂଚନା ମିଳିଛି । ରାଜ୍ୟରେ ୧୮ ତାରିଖରୁ ଖୋଲିବ ସମସ୍ତ ସ୍କୁଲ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ଆଗାମୀ ଦିନରେ ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲଗୁଡ଼ିକୁ ଗ୍ରୀଷ୍ମ ଛୁଟି ଦିଆଯାଇଥିଲା । ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା।

ଏବେ ଛୁଟି ଅବଧି ବୃଦ୍ଧି ନେଇ ଚର୍ଚ୍ଚା ହେଉଥିବାବେଳେ ବର୍ତ୍ତମାନ ପାଇଁ ଛୁଟି ଅବଧି ବଢ଼ାଯିବ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପଷ୍ଟ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା ଜୁନ ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ପୁନର୍ବାର ଖୋଲିବ । ତେବେ ପାଣିପାଗ ପରିସ୍ଥିତି ଉପରେ ସରକାରଙ୍କ ନଜର ରହିଛି ଏବଂ ଯଦି ଖରାର ପ୍ରକୋପ ବଢ଼ିଯାଏ, ତେବେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.