ରଜ ରିଲିଜ୍କୁ ନେଇ ଚର୍ଚ୍ଚା: ୪ ସୁପରଷ୍ଟାରଙ୍କ ଫିଲ୍ମରେ ଜବରଦସ୍ତ ଲଢ଼େଇ*
ଆସୁଛି ରଜ ଏବଂ ଏହା ସହିତ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମହାମୁକାବିଲା। ଚଳିତ ବର୍ଷ ରଜ ଅବସରରେ ଏକାସାଙ୍ଗରେ ମୁକ୍ତିଲାଭ କରିବାକୁ ଯାଉଛି ଚାରିଟି ବଡ଼ ବଜେଟ୍ର ଓଡ଼ିଆ ଚଳଚ୍ଚିତ୍ର— ‘ଛକିଶୂନ’, ‘ଶିକାର’, ‘ଡାଏରୀ’ ଓ ‘ଦ ମିଲେଟ ଡାଏରୀ’। ଯାହା ରଜ ବଜାର ଓ ଦର୍ଶକଙ୍କ ମନୋରଞ୍ଜନର ଖୋରାକ ଯୋଗାଇବ । ପ୍ରତିଟି ଚଳଚିତ୍ର ଭିନ୍ନ ଭିନ୍ନ କାହାଣୀକୁ ନେଇ ଆସୁଥିବା ବେଳେ ବିଶେଷ କରି ପ୍ରଯୋଜକ ଓ ନିର୍ଦ୍ଦେଶକ ବର୍ତ୍ତମାନରେ ମୌଳିକ କାହାଣୀ ସହ ଦର୍ଶକ ଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି ।ଅମ୍ଲାନ ଦାସଙ୍କ ‘ଶିକାର’ ବିଷୟରେ କହିବାକୁ ଗଲେ, ଏଥିରେ ମୁଖ୍ୟ ଭୂମିକାରେ ଓଲିଉଡ ଅଭିନେତା ଅମ୍ଲାନ ଦାସ ନଜର ଆସିବେ । ଯିଏ 2 ବର୍ଷ ପରେ ପରଦାକୁ ଫେରୁଛନ୍ତି । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଭାବେ ସୁପ୍ରିୟା ନାୟକ ଓ ଏଲିନା ସାମନ୍ତରାୟ ନଜର ଆସିବେ । ଏହି ଫିଲ୍ମକୁ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ପ୍ରଯୋଜନା କରୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ । ମୁନ୍ ଟିଭି ପ୍ରେଜେଣ୍ଟ ଓ ସିଦ୍ଧାର୍ଥ ମ୍ୟୁଜିକର ଆନୁକୂଲ୍ୟରେ ଫିଲ୍ମଟି ପ୍ରସ୍ତୁତ ହୋଇଛି । ଫିଲ୍ମର ଟିକେଟ ଆଜି ପ୍ରଭୁ ଲିଙ୍ଗରାଜ ଙ୍କ ପାଖରେ ସମର୍ପିତ କରି ଆସନ୍ତା ୧୨ ତାରିଖ ଦିନ ଫିଲ୍ମ ହଲ୍ କୁ ଆସି ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ନିବେଦନ କରିଛନ୍ତି ଅଭିନେତା ଅମ୍ଳାନ।
ଅନ୍ୟପଟେ ଅନୁଭବ ମହାନ୍ତିଙ୍କ ‘ଛକି ଶୂନ’ ଫିଲ୍ମରେ ଥ୍ରୀଲର ଓ ସସପେଏନ୍ସ ଭରା ଏହି ଫିଲ୍ମରେ ଅନୁଭବ ମହାନ୍ତି ପୋଲିସ ଚରିତ୍ର ଅର୍ଥାତ ଜଣେ ଆଇପିଏସ ଚରିତ୍ରରେ ଆକ୍ସନ ମୁଡ଼ ରେ ନଜର ଆସିବେ । ଅପରାଧ ଓ ଅପରାଧୀଙ୍କ ଅଡୁଆ ଖେଳାକୁ କିଭଳି ସେ ବୁଝୁଛନ୍ତି ଓ ଏହାର ସମାଧାନ କରୁଛନ୍ତୁ ତାହା ଏଥିରେ ଦେଖିବାକୁ ପାଇବେ ଦର୍ଶକ।ଏହି ଫିଲ୍ମ ଆମର ଷ୍ଟୁଡିଓ ଓ ଏସଏମ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟ୍ସ 29 ଟୁ ନାଇନ ଫିଲ୍ମସର ମିଳିତ ସହଯୋଗରେ ନିର୍ମିତ ହେଉଛି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ମାନସ ପଡିହାରୀ ।ସେହିପରି ଅର୍ଦ୍ଧେନ୍ଧୁଙ୍କ ‘ଡାଏରୀ’ ୭ ବର୍ଷର ଅକୁହା ଓ ଅନନ୍ୟ ପ୍ରେମ କାହାଣୀ କହିବ । ଏଥିରେ ପ୍ରଥମ ଥର ଅର୍ଦ୍ଧେନ୍ଦୁଙ୍କ ସହ ଅଭିନେତ୍ରୀ ଜସ୍ମିନ ରଥ ନଜର ଆସିବେ ଏବଂ ଏହି ଚଳଚ୍ଚିତ୍ରରେ ୪ଟି ଗୀତ ସହ ତ୍ରିକୋଣୀୟ ପ୍ରେମ କାହାଣୀ ସହ ରୋମାନ୍, ଆକ୍ସନ ଦେଖିବାକୁ ମିଳିବ । ଅର୍ଦ୍ଧେନ୍ଦୁ ପ୍ରତିବର୍ଷ ଦଶହରାରେ ଧମାକା କରୁଥିବା ବେଳେ ଚଳିତ ଥର ପ୍ରଥମ ଥର ପାଇଁ ତାଙ୍କ ଫିଲ୍ମ ରଜରେ ଆସିବାକୁ ଯାଉଛି । ଯାହାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ‘ଦ ମିଲେଟ ଡାଏରୀ’ ମାଣ୍ଡିଆର ଐତିହ୍ୟ, ଉପକାରିତା ଓ ଓଡ଼ିଶାର ସାଂସ୍କୃତିକ ପୃଷ୍ଠଭୂମିକୁ ପରଦାରେ ଉପସ୍ଥାପନ କରିବ।
ଏଥର ରଜରେ କିଏ ମାରିବ ବାଜି ?ବେଶ ଜଣାଶୁଣା ୪ ଟି ଅଭିନେତାଙ୍କ ଫିଲ୍ମ ରଜ ଉତ୍ସବ ମାହୋଲରେ ଆସିବାକୁ ଯାଉଥିବା ବେଳେ ମଜା ନେବାକୁ ଚାହିଁ ରହିଛନ୍ତି ଦର୍ଶକ ।ହେଲେ ଦର୍ଶକଙ୍କ ଉପରେ କିଏ ପଡିବ ଭାରି ସେନେଇ ଅପେକ୍ଷାରେ…