ଭୁବନେଶ୍ୱର: ଓଡ଼ିଶାରେ ହେବ ପ୍ରଥମ ଅତ୍ୟାଧୁନିକ ଚିପ୍ ୟୁନିଟ୍ । ଆଡଭାନ୍ସଡ୍ ଥ୍ରୀଡ଼ି ଚିପ୍ର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭୁବନେଶ୍ୱରରେ ଆଡଭାନ୍ସ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ହେବ । ବର୍ଷକୁ ୭୦ହଜାର ପ୍ୟାନେଲ୍ ଉତ୍ପାଦନ ହେବା ଲକ୍ଷ୍ୟ ରହିଛି । ଏଥିରେ ୧୯୯୪କୋଟି ନିବେଶ ହେବାକୁ ଥିବାବେଳେ ୨୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି ଅତ୍ୟାଧୁନିକ ଚିପ୍ ୟୁନିଟର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ । ଏବଂ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବେ ବୋଲି ସୂଚନା ରହିଛି ।