ମେ ୧ରେ ମନ୍ତ୍ରମୁଗ୍ଧ ହେବେ ସାରା ଓଡିଶା, ମୁକ୍ତିଲାଭ କଲା ଟ୍ରେଲର

0

ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ମନ୍ତ୍ରମୁଗ୍ଧ ମେ ୧ ତାରିଖରେ ବଡ ପରଦାରେ ମୁକ୍ତିଲାଭ କରିବ l ତେଣୁ ସେଇ ଅବସରରେ ଅମୀୟ ପଟ୍ଟନାୟକ ପ୍ରଡ଼କସନ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା ଏବଂ ମନ୍ତ୍ରମୁଗ୍ଧର ଟ୍ରେଲର ରିଲିଜ୍ ହୋଇଥିଲା l ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜିକା ବର୍ଷା ପଟ୍ଟନାୟକ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, କାହାଣୀ ଲେଖକ ରୋଶନ ବିଷୋୟୀ, ଅଭିନେତା ସାର୍ଥକ, ସନୋଜ, ମନ୍ମୟ, ଉମା ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରମୁଗ୍ଧ ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରକାଶ କାରିଥିଲେ l

ମେ ୧ ରେ ହସିବେ, ଡରିବେ ଆଉ ସଙ୍ଗୀତରେ ଝୁମିବେ ଦର୍ଶକ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରିଥିଲେ l ଅମୀୟ ପଟ୍ଟନାୟକ ପ୍ରଡ଼କସନ ଦ୍ୱାରା ନିର୍ମିତ ପ୍ରତ୍ୟେକ ସିନେମା ବଡ଼ ସଫଳତା ସାଉଣ୍ଟିଥାଏ l ମନ୍ତ୍ରମୁଗ୍ଧ ସବୁଠୁ ଅଧିକ ସଫଳତା ପାଇବ ଏବଂ ଓଡ଼ିଆ ଦର୍ଶକଙ୍କୁ ଏକ ନୂଆ ଅନୁଭୂତି ଆଣିଦେବ ବୋଲି ସମସ୍ତେ କହିଥିଲେ l ମନ୍ତ୍ରମୁଗ୍ଧ ମଲ୍ଟି ୟଙ୍ଗ ଟ୍ୟାଲେଣ୍ଟେଡ ଷ୍ଟାରକାଷ୍ଟ ନେଇ ଆସୁଛି l

ସବୁବର୍ଗର ଦର୍ଶକ ଏକା ସାଙ୍ଗରେ ବସି ଦେଖି ପାରିବେ l ତେବେ ମୁକ୍ତିଲାଭ ଦିନ ପାଖେଇ ଆସୁଥିବାରୁ ଦର୍ଶକଙ୍କର ଆଗ୍ରହ ବଢ଼ିବାରେ ଲାଗିଛି ଯାହା ସୋସିଆଲ ମିଡ଼ିଆରୁ ଜଣା ପଡୁଛି l ଏହି ଚଳଚ୍ଚିତ୍ରରେ ପ୍ରଚାର, ପ୍ରସାର ଓ ମାର୍କେଟିଂ ଦାୟିତ୍ୱରେ ପ୍ରଣୟ ଜେଠୀ ରହିଛନ୍ତି l

Leave A Reply

Your email address will not be published.