ମୋଦିଙ୍କ ମୌସୁରୁ ଗସ୍ତରେ ଖର୍ଚ୍ଚ ୮୦ ଲକ୍ଷ ଟଙ୍କା ଭରଣା କରିବେ କର୍ନାଟକ ସରକାର

0

କର୍ନାଟକ ବନ ବିଭାଗ ମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ ସୋମବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ୮୦ ଲକ୍ଷ ଟଙ୍କା ଫେରସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ଏପ୍ରିଲରେ ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ସ୍ମୃତି ଉଦ୍ଦେଶ୍ୟରେ ମୌସୁରୁ ଆସିଥିଲେ।

ସେହି ସମୟରେ କର୍ନାଟକରେ ବିଧାନସଭା ନିର୍ବାଚନ ହେତୁ ମଡେଲ ଆଚରଣ ସଂହିତା କାର୍ଯ୍ୟକାରୀ ଥିବାରୁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ (ପ୍ରୋଜେକ୍ଟ ଟାଇଗର) ଯୋଜନାରେ ଜଡିତ ନଥିଲେ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଏକ କେନ୍ଦ୍ର ସରକାରୀ କାର୍ଯ୍ୟକ୍ରମ ଥିଲା। କେନ୍ଦ୍ର ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଥିଲା ବୋଲି ମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିବୃତ୍ତିରେ କହିଛି ଯେ ପ୍ରଧାନମନ୍ତ୍ରୀ ଆସିବା ପରେ ତାଙ୍କୁ ହୋଷ୍ଟ କରାଯାଏ। ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୌସୁରୁ-ବାନ୍ଦିପୁର ଗସ୍ତ କରିଥିଲେ।

Leave A Reply

Your email address will not be published.