ରୋହିଦାସଙ୍କୁ ପୁରଷ୍କାର ରାଶି ଘୋଷଣା କଲେ ରାଜ୍ୟ ସରକାର

0

ଭୁବନେଶ୍ୱର:  ଭାରତୀୟ ହକି ଟିମର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର ।  ସରକାର ଅମିତଙ୍କ ପାଇଁ ମୋଟ ଦେଢକୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ସମ୍ପର୍କରେ ଘୋଷଣା କରିଛନ୍ତି ।

ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଛି ଭାରତୀୟ ହକି ଦଳ। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ହରାଇ ଏସିଆନ ଗେମ୍ସ ହକିରେ ଭାରତ ଜିତିଛି ସ୍ୱର୍ଣ୍ଣ। ଭାରତୀୟ ପୁରୁଷ ଟିମ  ଫାଇନାଲରେ ୨୦୧୮ର ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ହରାଇ ୯ ବର୍ଷ ପରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ପଦକ ସହ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ଏହି ସ୍ବର୍ଣ୍ଣିମ ସଫଳତା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥି ସହ ମୁଖ୍ୟମନ୍ତ୍ରୀ ଭାରତୀୟ ହକି ଦଳର ଖେଳାଳି ଓ ସହାୟକ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ପଦକ ସମାରୋହ ପରେ ଭିଡିଓ କଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ସହ କଥା ହୋଇଥିଲେ।
ଫାଇନାଲରେ ଭାରତ ପକ୍ଷରୁ କ୍ୟାପଟେନ ହରମନପ୍ରୀତ ସିଂ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ମନପ୍ରୀତ ସିଂ, ଅଭିଷେକ ଓ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।

Leave A Reply

Your email address will not be published.