କଳାହାଣ୍ଡିରୁ ଭୁବନେଶ୍ବରକୁ  ଟିକେଟ ଦାମ ୯୯୯ ଟଙ୍କା

0

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୩୧ରୁ କଳାହାଣ୍ଡି ଉତ୍କେଲା ବିମାନ ବନ୍ଦରୁରୁ ଉଡ଼ିବ ବିମାନ। ଅଗଷ୍ଟ ୭ରେ DGCA ଏହାକୁ ଲାଇସେନ୍ସ ଦେଇଛି। ଅଗଷ୍ଟ ୧୫ରୁ ବିମାନ ଉଡାଇବାକୁ ଅନୁମତି ମିଳିଛି। ଏଥିରେ ୯ଟି ସିଟ ରହିବ। ଏହାକୁ ଇଣ୍ଡିଆ ୱାନ ଚଳାଇବ। ଟିକେଟର ଦାମ ୯୯୯ ଟଙ୍କା ରହିବ। ଏହା ସକାଳ ୭ଟା୧୫ରେ ଭୁବନେଶ୍ୱର ଛାଡ଼ି ୮ଟା୨୫ରେ ଉତ୍କେଲାରେ ପହଞ୍ଚିବ। ଉତ୍କେଲାରୁ ସକାଳ ୮ଟା୫୦ ରେ ବାହାରି ୧୦ଟା ରେ ଭୁବନେଶ୍ୱର ପହଞ୍ଚିବ। ଆଜି ଟ୍ରାଏଲ ଲାଣ୍ଡିଂ ଥିଲା। ଯାହା ସଫଳ ହୋଇଛି।  ଅଗଷ୍ଟ ୩୧ରେ କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ VC ରେ ଉଦଘାଟନ କରିବେ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅଫ କରିବେ। ଯାତ୍ରୀଙ୍କ ବୁକିଂ ଉପରେ ସବୁ ନିର୍ଭର କରେ। ଏହା ରାଜ୍ୟର ପଞ୍ଚମ ବିମାନ ବନ୍ଦର।  ଯାହା ୭ ଦିନ ଯାକ ବିମାନ ସେବା ଦେବ।

Leave A Reply

Your email address will not be published.