ବନ୍ଧୁତ୍ବ ଦିବସରେ ବୃକ୍ଷ ରୋପଣ

0

ବନ୍ଧୁତ୍ୱ ଦିବସ ଉପଲେକ୍ଷେ “ଗଛ ହିଁ ବନ୍ଧୁ” ବାର୍ତ୍ତା ଦେଇ ଆଜି ନୂଆପଲ୍ଲି ୱାର୍ଡ ୩୮ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ସ୍ଥାନୀୟ ୱାର୍ଡ ୩୮ କର୍ପୋରେଟର ଶ୍ରୀମତୀ ପଦ୍ମଜା ପ୍ରିୟଦର୍ଶିନୀ ଜେନା,ପୂର୍ବତନ କର୍ପୋରେଟର୍ ନବକିଶୋର ବେହେରା,ରଶ୍ମି ବେହେରା, ସାମାଜିକ କର୍ମକର୍ତ୍ତା ସମରେନ୍ଦ୍ର କୁମାର ଜେନା, ନୂଆପଲ୍ଲୀ ଗ୍ରାମ୍ୟ କମିଟି ସମ୍ପାଦକ ଶ୍ରୀଯୁକ୍ତ ନଟବର ସାମନ୍ତରାୟ, ମହେନ୍ଦ୍ର ବଳବନ୍ତରାୟ, ବ୍ରିଟ କଲୋନୀ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟ ସାହୁ, ପ୍ରଣତି ମିଶ୍ର, ପୂର୍ଣ୍ଣିମା ରଥ, ସିଶିଲା ସାହୁ, ପୀତବାସ ରାୟଗୁରୁ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ଗଛ ହିଁ ପ୍ରକୃତ ବନ୍ଧୁ l ଗଛ ବିନା ଜୀବନ ଦୁର୍ବିସହ l ଏ କଥାଟି ସମସ୍ତେ ଜାଣନ୍ତି, ସେହି ନାରାରେ ସମସ୍ତ ଜନସାଧାରଣଙ୍କୁ ବାର୍ତ୍ତା ଦେବା ସହିତ ସଚେତନ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଆୟୋଜକଙ୍କ ସମେତ ଶହ ଶହ ଲୋକ ସମର୍ଥନ କରିଥିଲେ ଏବଂ ୱାର୍ଡ ବାସିନ୍ଦା ଅନେକ ପ୍ରଶଂସା କରିଥିଲେ l

Leave A Reply

Your email address will not be published.