ମଧ୍ୟପ୍ରଦେଶ : ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ତ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ନୂଆ ମୋଡ଼ । ତ୍ବିଶାଙ୍କର ହେବ ଦ୍ବିତୀୟ ଥର ବ୍ୟବଚ୍ଛେଦ । ମଧ୍ୟପ୍ରଦେଶ ହାଇକୋର୍ଟ ଦେଲେ ଅନୁମତି । କୋର୍ଟ ତ୍ବିଶାଙ୍କ ବ୍ୟବଚ୍ଛେଦ ପାଇଁ ଦିଲ୍ଲୀ ଏମ୍ସରୁ ଏକ ଟିମ ଭୋପାଳ ପଠାଇବାକୁ କହିଛନ୍ତି । ତ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହ ପ୍ରଦେଶ ହାଇକୋର୍ଟରେ ତାଙ୍କର ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି । ତାଙ୍କ ଓକିଲ କୋର୍ଟକୁ ସୂଚନା ଦେଇଛନ୍ତି ଯେ,ସମର୍ଥ ସିଂହ ଖୁବ୍ ଶୀଘ୍ର ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି କହିଥିଲେ । ନିଜ ସ୍ତ୍ରୀର ଅନ୍ତିମ ସଂସ୍କାର କରିବେ ବୋଲି ତ୍ବିଶାଙ୍କ ସ୍ବାମୀ ସମର୍ଥ କହିଛନ୍ତି । ଆଉ ଏ ନେଇ କୋର୍ଟରେ ପହଞ୍ଚିଛନ୍ତି ତ୍ବିଶାଙ୍କ ସ୍ବାମୀ ସମଥର୍ ସିଂ। ତ୍ବିଶାଙ୍କ ମ୍ତ୍ୟୁ ପରେ ୧୦ ଦିନ ହେଲାଣି ଫେରାର ଥିଲେ ।
କୋର୍ଟରେ ତ୍ୱିଶାଙ୍କ ପରିବାର ଦାବି କରିଥିଲେ ଯେ, ପ୍ରଥମ ପୋଷ୍ଟମର୍ଟମ୍ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଅଣଦେଖା କରିଛି, ଯାହା ଫଳରେ ଏକ ନିରପେକ୍ଷ ତଦନ୍ତ ଆବଶ୍ୟକ । ଅନ୍ୟପକ୍ଷରେ, ତ୍ୱିଶାଙ୍କ ଶାଶୁଘରର ପ୍ରତିନିଧିତ୍ୱ କରୁଥିବା ଓକିଲମାନେ ପ୍ରତିବାଦ କରି ଯୁକ୍ତି ଦର୍ଶାଇଛନ୍ତି ଯେ, ଏମ୍ସ ଡାକ୍ତରମାନଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟମର୍ଟମ୍ ସମ୍ପୂର୍ଣ୍ଣ ସଠିକ୍ ଏବଂ ନିରପେକ୍ଷ ଥିଲା ।
ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଡାକ୍ତରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ହେବ ନାହିଁ, କିନ୍ତୁ ଯଦି ପୀଡିତାଙ୍କ ପରିବାରର କୌଣସି ସନ୍ଦେହ ଥାଏ, ତେବେ ଦ୍ୱିତୀୟ ମତାମତ ଲୋଡାଯାଇପାରିବ । ଏହା ପରେ ହାଇକୋର୍ଟ ଦ୍ୱିତୀୟ ପୋଷ୍ଟମର୍ଟମ୍ ପାଇଁ ଅନୁରୋଧକୁ ମଞ୍ଜୁର କରିଛନ୍ତି । ତ୍ୱିଶା ଶର୍ମା ମେ ୧୨ ତାରିଖରେ ଭୋପାଳରେ ତାଙ୍କ ଶ୍ୱଶୁର ଘର ଘରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁବରଣ କରିଥିଲେ । ପ୍ରାରମ୍ଭିକ ତଦନ୍ତରେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଇଥିଲା, କିନ୍ତୁ ପରିବାର ଯୌତୁକ ନିର୍ୟାତନା, ମାନସିକ ନିର୍ଯାତନା ଏବଂ ଆକ୍ରମଣର ଗୁରୁତର ଅଭିଯୋଗ ଆଣିଛନ୍ତି । ତ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହ ଏବଂ ତାଙ୍କ ମା’ ଗିରିବାଳା ସିଂହଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।
ସେପଟେ ମଧ୍ୟପ୍ରଦେଶ ହାଇକୋର୍ଟ ସମର୍ଥ ସିଂହଙ୍କୁ ଟ୍ରାଏଲ କୋର୍ଟ କିମ୍ବା କଟାରା ହିଲ୍ସ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିବାକୁ ଅନୁମତି ଦେଇଛନ୍ତି । ତ୍ବିଶାଙ୍କ ବାପା ଏବଂ ସଲିସିଟର ଜେନେରାଲ ତରଫରୁ ଏହାକୁ ବିରୋଧ କରାଯାଇଛି ।