ବାଲିଅନ୍ତା ହତ୍ୟା ମାମଲାରେ ଟ୍ୱିଷ୍ଟ: ସିସିଟିଭି ଫୁଟେଜ ଆଧାରରେ ମିଳିଲା ଯୁବତୀକୁ ଅସଦାଚରଣର ପ୍ରମାଣ

0

ଭୁବନେଶ୍ୱର : ବାଲିଅନ୍ତା ବର୍ବର ଆକ୍ରମଣ ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ଏହାରି ଭିତରେ ସିସିଟିଭି ଫୁଟେଜ ଆଧାରରେ ମିଳିଲା ଅସଦାଚରଣର ପ୍ରମାଣ । ଯୁବତୀକୁ ଅସଦାଚରଣ କରିଥିବା ଆଧାରରେ ଦୁଇ ଅଭିଯୁକ୍ତ ମିଳିଲା ପ୍ରମାଣ । ଜଣେ ମୃତ ସୌମ୍ୟରଞ୍ଜନ ହୋଇଥିବା ବେଳେ ଓ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି ପୋଲିସ୍ । ରାସ୍ତା ଉପରେ ସୋମ୍ୟ ସହ ଅନ୍ୟ ଅଭିଯୁକ୍ତ ଦୁଇ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆଧାରରେ ଗିରଫ କରାଯାଇଛି ।

ସେପଟେ ଅସଦାଚରଣ କରିଥିବା ସୌମ୍ୟଙ୍କୁ ମଧ୍ୟ ପିଟିପିଟି ହତ୍ୟା ମାମଲାରେ ଆଉ କିଛି ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ । ଏଯାବତ ସୋମ୍ୟ ମୃତ୍ୟୁ ମାମଲାରେ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ମହିଳା କମିଶନ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ବେଳେ ଓ ପୋଲିସ ଠାରୁ ମଧ୍ୟ ରିପୋର୍ଟ ସଂଗ୍ରହ କରିଛନ୍ତି । ଘଟଣାଟି ଲୋକଲୋଚନକୁ ଆସିବା ପରଠୁ ପୀଡିତା ଓ ତାଙ୍କ ପରିବାର ଭୟ କରୁଛନ୍ତି । ଯେହେତୁ ଏଭଳି ଏକ ବର୍ବଚରିତ ଘଟଣା ଘଟି ସାରିଛି । ତେଣୁ ସେମାନେ ରାସ୍ତାରେ ଯିବା ଆସିବା ପାଇଁ ଭୟ କରୁଛନ୍ତି । ଅନ୍ୟପଟେ ଗତକାଲି ସୋମ୍ୟର ମୃତଦେହ ରଖି ରାସ୍ତା ରୋକ କରିଥିଲେ ସୋମ୍ୟର ସମର୍ଥକ । ବିଳମ୍ବିତ ରାତିରେ ସୌମ୍ୟର ଶେଷକ୍ରିୟା ସରିଛି ।

Leave A Reply

Your email address will not be published.