ଶପଥ ନେଲେ ଓଡ଼ିଶା ହାଇକୋର୍ଟରେ ଦୁଇ ନୂଆ ବିଚାରପତି
କଟକ (ଆମ ଟିଭି): ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ନୂଆ ବିଚାରପତି । ଜଷ୍ଟିସ ଗୌରୀ ଶଙ୍କର ଶତପଥୀ ଏବଂ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଦୁଇ ନୂଆ ବିଚରପତିଙ୍କ ଶପଥ ପାଠ କରାଇଛନ୍ତି । ତେବେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଗତକାଲି ନୂଆ ବିଚରପତିଙ୍କୁ ନିଯୁକ୍ତି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଦୁଇ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟରେ ନିଯୁକ୍ତ କରାଯାଇଥିବା ଆଇନ୍ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରୁ ଜଣାଯାଇଥିଲା ।